ପାଚିକା ସହାୟକ ଚୟନରେ ଅନିୟମିତତା
ନୂଆପଡା: ନୂଆପଡା ଜିଲ୍ଲା ସିନାପାଇଁ ବ୍ଲକ ଅନ୍ତର୍ଗତ ମୁଣ୍ଡାପଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ମନମାନି କରି ପାଚିକା ସହାୟିକ ଚୟନରେ ଅୟମିତତା କରିଥିବା ଅଭିଯୋଗ ହୋଇଛି । ବୈଠକରେ ଉପସ୍ଥିତ ହେବାକୁ ଯାଇଥିବା ଗ୍ରାମବାସୀଙ୍କୁ ସ୍କୁଲ ପ୍ରବେଶ ନକରିବା ସହ ମିଟିଂରେ ଉପସ୍ଥିତ ନହେବାକୁ ଗ୍ରାମବାସୀଙ୍କୁ ମନା କରିଥୁବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଉକ୍ତ ବିଦ୍ୟାଳୟରେ ଖାଦ୍ୟ ରାନ୍ଧିବା ପାଇଁ ପାଚିକା ସହାୟିକାର ଆବଶ୍ୟକତା ରହିଥିବା ବେଳେ ପ୍ରଧାନ ଶିକ୍ଷକ ମନମୁଖି କରି ଅନିୟମିତ କରିଛନ୍ତି । ଗତ ୧୬ ତାରିଖ ଦିନ ଉକ୍ତ ପଦ ପାଇଁ ଏକ ନୋଟିସ କରି କେବଳ ଗୋଟିଏ ଦିନ ଛାଡି ୧୮ ତାରିଖ ଦିନ ପ୍ରଧାନ ଶିକ୍ଷକ ଯୋଜନା ମୁତାବକ ପାଚିକା ସହାୟିକା ଚୟନ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗକୁ ନେଇ ମନରେ ଅନେକ ପ୍ରଶ୍ନବାଚୀ ଦୃଷ୍ଟି କରୁଛି ଫଲରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ଛାତ୍ରଛାତ୍ରୀମାନଙ୍କୁ ସ୍କୁଇ ନଛାଡିବାକୁ ଚେତାବନୀ ଦେଇଛନ୍ତି । ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପାଚିକା ସହାୟିକା ଚୟନରେ ଅନିୟମିତତା ହୋଇଥିବା ନେଇ ଓ ଗ୍ରାମବାସୀଙ୍କୁ ମନା କରିଥିବା ନେଇ ରଚିତ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମର ଲୟା ଭୋଇ, ନିଲେନ୍ଦ୍ରି ମାଝି, ଗୋମତି ମାଝି, ପଦ୍ମା ବିଶି, ବାଳ ମାଝି, କୁନ୍ତି ମାଝି, କବିରାଜ କଟା, ବିବେକ ମାଝି, ଯୁଧୁଷ୍ଠିର ମାଝି, ଲକ୍ଷ୍ମଣ ଭୋଇ, ଭରତ ଭୋଇ, ସଜନେ ଭୋଇ, ଲଲିତା ମାଲି ସମେତ ଗ୍ରାମବାସୀ ଦାବି କରିଛନ୍ତି ।