ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଶିବିର ଓ ମକଡ୍ରିଲ

 ପଟ୍ଟାମୁଣ୍ଡାଇ, : ଆଗକୁ ବନ୍ୟ ବାଥ୍ୟର ସମ୍ଭାବନା ରହିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ମକଡ଼୍ରିଲ କାର୍ଯ୍ୟକ୍ରମ ଜାରି ରହିଛି । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ନିଦେ୍ର୍ଦଶ କ୍ରମେ ପଟ୍ଟାମୁଣ୍ଡାଇ ବ୍ଲକସ୍ତରୀୟ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଓ ମକ ଡ୍ରିଲ ୧୦ଟି ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୱେଷଣ ସମ୍ପାଦକ ଅନନ୍ତ କରଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ ଯୋଗ ଦେଇ ବିପର୍ଯ୍ୟୟ ପରି·ଳନାର ବିଭିନ୍ନ ଦିଗ ଓ କୌଶଳ ଉପରେ ଆଲୋକପାତ କରିଥିଲେ । ସିଂହଗାଁ ଠାରେ ସରପଞ୍ଚ ଗଣେଶ ଦାସ, ସମିତି ସଭ୍ୟ ଅଭୟ ସ୍ୱାଇଁ, ଦାଣ୍ଡିସାହି ଠାରେ ପେଣ୍ଠପାଳ ସରପଞ୍ଚ ଅନ୍ନପୂର୍ଣ୍ଣା ସେଠୀ, ସମ୍ପାଦକ ନିଖିଳ ପ୍ରଧାନ, ପାଳପାଟଣା ଠାରେ ଶ୍ରୀରାମପୁର ସରପଞ୍ଚ ସସ୍ମିତା ସେଠୀ, ସମ୍ପାଦକ ଉମାକାନ୍ତ ମହାନ୍ତି, ବଳଭଦ୍ରପୁର ଠାରେ ସରପଞ୍ଚ ପ୍ରିୟବ୍ରତ ଓଝା, ବିଲିକଣା ଠାରେ ସରପଞ୍ଚ ଲଷ୍ମୀପ୍ରିୟା ଷଢଙ୍ଗୀ, ବେଇପଡା ଠାରେ ସମ୍ପାଦକ ରଞ୍ଜନ ବିଶ୍ୱାଳ, ସାତକୁଡ଼ିଆ ଠାରେ ସମ୍ପାଦକ ସତ୍ୟବ୍ରତ ଥାଟୋଇ, କୋରିଆପଲ୍ଲା ଠାରେ ସମ୍ପାଦକ ଭରତ ରାଉତ, ଶଙ୍ଖପୁର ଠାରେ ସମ୍ପାଦକ ସୁବ୍ରତ ବାରିକଙ୍କ ନେତୃତ୍ୱରେ ବିପର୍ଯୟ ପରି·ଳନା ପ୍ରସ୍ତୁତି ବୈଠକ ଓ ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି । କାର୍ଯକ୍ରମକୁ ଅଗ୍ନିଶମ ବାହିନୀ କର୍ମ·ରୀ, ଅନ୍ୱେଷଣ କର୍ମକର୍ତ୍ତା ସତ୍ୟବ୍ରତ ରାଉତ, ସମୀର ପ୍ରଧାନ, ଜଗବନ୍ଧୁ ରାଉତ, ସୂର୍ଯ୍ୟକାନ୍ତ ବାରିକ ଓ ବଶିଷ୍ଠ ସାମଲ ପରି·ଳନା କରିଥିଲେ ।
ରାଜକନିକା: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ରାଜକନିକାରେ ମକ୍ଡ୍ରିଲ କରାଯାଇଛି । ବ୍ଲକର ବାରାହାଦୋମଣ୍ଡା ପଞ୍ଚାୟତର ମାନପୁର ବାତ୍ୟା ଆଶ୍ରୟସ୍ଥଳରେ ଅନୁଷ୍ଠିତ ଏହି ମକ୍ଡ୍ରିଲରେ ଡିସିସିପି ବିଜୟ କେତନ ସାହୁ, କନିକା ତହସିଲଦାର ଅଶୋକ କୁମାର ଦେହୁରୀ, ବିଡ଼ିଓ ପୃଥ୍ୱୀରାଜ ପରିଡ଼ା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ବାଦଲ କୁମାର ମହାନ୍ତି, ଅଗ୍ନିଶମ ବିଭାଗ ଅଧିକାରୀ ସୁଶାନ୍ତ ଦାସ, ସରପଞ୍ଚ ପ୍ରଶାନ୍ତ ମଲ୍ଲିକ ଓ ସେଲଟର କମିଟିର ସଦସ୍ୟ ମାନେ ଯୋଗଦେଇ ବିପର୍ଯ୍ୟୟ ସମୟରେ କିପରି ନିଜକୁ ସୁରକ୍ଷିତ କରାଯାଇ ପାରିବ ସେ ସମ୍ପର୍କ ରେ ସଚେତନ କରାଇଥିଲେ ।
 ବାଲିଅନ୍ତା: ଏହି ବ୍ଲକର ୪ଟି ବନ୍ୟା/ବାତ୍ୟା ଆଶ୍ରୟସ୍ଥଳୀ ଆଣ୍ଡିଲୋ,ଇନ୍ଦ୍ରପାଲ, ପ୍ରତାପରୁଦ୍ରପୁରୁ ଓ କେନ୍ଦୁ ବିଲୋ ଗ୍ରାମରେ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ସାମୂହିକ ଅଭ୍ୟାସ ମକଡ୍ରିଲ-୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ପବିତ୍ର କୁମାର ସାସମଲ, ତହସିଲଦାର ବିମଳ କୁମାର ଲେଙ୍କା, ଅଗ୍ନିଶମ୍ ବିଭାଗ ବାଲିଅନ୍ତା ସନ୍ତୋଷ କୁମାର ଦାସ ଓ ପାହାଳର ରାଜକିଶୋର ଜେନା ଯୋଗ ଦେଇଥିଲେ । ବାଲିଅନ୍ତା ସରପଞ୍ଚ କୃଷ୍ଣ କେଶବ ଆପଟ୍, ସତ୍ୟଭାମାପୁରୁ ରଶ୍ମିତା ଭୋଇ, ଜୟଦେବ ପୂର୍ଣ୍ଣଚନ୍ଦ୍ର ଭୋଇ, ପ୍ରତାପରୁଦ୍ରପୁର ଶ୍ରଧେୟା ପାତ୍ର, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜୟ କୁମାର ଜେନା, ସମ୍ପାଦକ ଜଗନ୍ନାଥ ମହାପାତ୍ର, ପିକକ୍ର ବ୍ଲକ୍  ସଂଯୋଯିକା ଉପମା ମହାନ୍ତି, ବିଷ୍ଣୁପ୍ରୀୟା ମହାପାତ୍ର, ଆର୍ଆଇ, ଜେଇ, ଆର୍.ଡବ୍ଲୁ୍ୟଏସସ, ପିଇଓ, ସୁପରଭାଇଜର, ଆଶା, ଏମ୍ବିକେ, ଅଙ୍ଗନଓଡ଼ି କର୍ମୀ, ଏସ୍.ଏ.ଜି ମାଆ ମାନେ ଉପସ୍ଥିତ ଥିଲେ ।
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ଅଧୀନ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଏକକାଳୀନ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ଷୋଳମପୁର ପଞ୍ଚାୟତ ମଣିନାଥପୁର ସ୍ଥିତ ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ସମ୍ପାଦକ ନାରାୟଣ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ମକଡ୍ରିଲ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଶାସନ ପକ୍ଷରୁ କନିଷ୍ଠ ଯନ୍ତ୍ରୀ ମନୋଜ ମିଶ୍ର, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ରାଉତରାୟ, ସ୍ଥାନୀୟ ସମାଜସେବୀ ନରେନ୍ଦ୍ର ମହାନ୍ତି, ସୁରଥ ଦାସ, ବିଦ୍ୟାଧର ଜେନା, ନରେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇଥିଲେ । ବିଶେଷ କରି ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ଥିବା ବିଭିନ୍ନ ଯନ୍ତ୍ରାଂଶକୁ ବ୍ୟବହାର କରି ଉଦ୍ଧାରକାରୀ ଦଳ ସଦସ୍ୟ ମାନେ ବିଭିନ୍ନ କଳା କୌଶଳ ପ୍ରଦାନ କରିଥିଲେ । ଏଥିରେ ସ୍ଥାନୀୟ ଯୁବକ ସଂଘର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ । ସେହିଭଳି ଜଳହରି ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ସମ୍ପାଦକ ମୋହନ ରାୟଙ୍କ ତତ୍ତ୍ୱବଧାନରେ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ସରପଞ୍ଚ ମିନତୀ ପରିଡାଙ୍କ ସମେତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଚନ୍ଦ୍ର ପଣ୍ଡା, ସଦସ୍ୟ ପ୍ରତ୍ୟୁଷ ସାମଲ, ଭାଗିରଥି ପରିଡା ପ୍ରମୁଖ ଯୋଗଦେଇଥିଲେ ।
ପୁରୀ: ପ୍ରାକୃତିକ ବିପର୍ଯ୍ୟୟ ସର୍ବଦା ଅପ୍ରତ୍ୟାଶିତ । ଏହା କୌଣସି ସମୟରେ ମଧ୍ୟ ଆସିପାରେ । ପ୍ରାକୃତିକ ବିପର୍ଯ୍ୟୟକୁ ରୋକାଯାଇପାରିବନାହିଁ, କିନ୍ତୁ ସତର୍କତା, ସଚେତନା ଓ ପୂର୍ବ ପ୍ରସ୍ତୁତି ଦ୍ୱାରା ଧନଜୀବନ ହାନୀ ଓ କ୍ଷୟକ୍ଷତିକୁ ରୋକାଯିବା ସହ ବିପର୍ଯ୍ୟୟକୁ ପ୍ରଶମିତ କରିବାରେ ତାହା ସହାୟତା ହୋଇଥାଏ ବୋଲି ଅତିରିକ୍ତ ଜିଲ୍ଳାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ମତପ୍ରକାଶ କରିଛନ୍ତି । ମଙ୍ଗଳବାର ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସଂପର୍କରେ ଏକ ମକ୍ଡ଼୍ରିଲ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକୟମରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ବେହେରା କହିଥିଲେ ଯେ ପୁରୀ ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ରୂପେ ପରିଗଣିତ । ବିଶେଷତଃ ବନ୍ୟା ଓ ବାତ୍ୟା ଜିଲ୍ଳାର ଚିର ସହଚର । ତେଣୁ ଏଥିପାଇଁ ସମସ୍ତେ ଅଭିଜ୍ଞତା ଓ ଅନୁଭବ ଆଧାରରେ ସତର୍କ ରହିବା ଆବଶ୍ୟକ । ଏହି କାର୍ଯ୍ୟକମରେ ଜିଲ୍ଳା ଅଗ୍ନିଶମ ବିଭାଗ ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗର ଆଗ୍ନିକମାନେ ଯୋଗଦେଇ ବିଭିନ୍ନ ବିପର୍ଯ୍ୟୟର ମୁକାବିଲା ପାଇଁ ଗ୍ରହଣ କରାଯିବାକୁ ଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ବିଶଦତଭାବେ ମକ୍ଡ଼ି୍ରଲ ମାଧ୍ୟମରେ ପ୍ରଦର୍ଶନ ସହ ଅବଗତ କରାଇଥିଲେ ।