ଶ୍ରାଦ୍ଧବାର୍ଷିକୀରେ ସ୍ମୃତିସଭା 

 ଜଟଣୀ : ଜଟଣୀ ଅରଗୁଳସ୍ଥିତ ଶରତ ପାଇକରାୟ ମହାବିଦ୍ୟାଳୟ ପରିସରରେ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଜଟଣୀର ପୂର୍ବତନ ବିଧାୟକ ସ୍ୱର୍ଗତ ଶରତ ପାଇକରାୟଙ୍କର ୧୦ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି  । ସଭାର ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ସାମୂହିକ ଗାୟତ୍ରୀମନ୍ତ୍ର ପାଠ କରିଥିଲେ  । ଅନ୍ତିମ ପର୍ଯ୍ୟାୟରେ ବିଶ୍ୱଶାନ୍ତି ମନ୍ତ୍ର ପାଠ କରିଥିଲେ  । ଅନୁଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ପ୍ରେମାନନ୍ଦ ମହାରଣାଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ସ୍ୱର୍ଗତ ପାଇକରାୟଙ୍କ ପୁତ୍ର ଯୁବନେତା ଇଂ. ସୁରଜ ପାଇକରାୟ ଯୋଗଦେଇ ପ୍ରତିଷ୍ଠାତାଙ୍କ ସ୍ମୃତିଚାରଣ କରିବା ସହ ମହାବିଦ୍ୟାଳୟର ଉନ୍ନତିରେ ନିଜର ଅଙ୍ଗୀକାର ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ  । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ମୁରଲୀଧର ଜେନା, ଅଧ୍ୟାପିକା ସୁସ୍ମିତା ମାନଧାତା, ଅଧ୍ୟାପକ ସମ୍ବିତ ମହାନ୍ତି, ଗ୍ରନ୍ଥାଗାର ସତ୍ୟବ୍ରତ ହରଣସିଂହ, ସୁନୀଲ ରାୟ, ଆଶିଷ କୁମାର ସ୍ୱାଇଁ, ପିତାମ୍ବର ରାଉତରାୟ, ପବିତ୍ରାନନ୍ଦ ବାରିକ, ଜଟାଧାରୀ ଜଗଦେବ, ରଶ୍ମିତା ସାହୁଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରିଥିଲେ । ଶେଷରେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସୂର୍ଯ୍ୟମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ  ।