ଉନ୍ନୟନ କାର୍ଯ୍ୟ ତାଲିକା ପ୍ରଦାନ କଲା ବିଜେପି

 ତାଳଚେର : ତାଳଚେର ପୌରାଚଂଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ଡିଏମ ଫଣ୍ଡରୁ କରିବାପାଇଁ ଏକ ତାଲିକା ପ୍ରସ୍ତୁତ କରି ନଗରପାଳ ଓ ନିର୍ବାହୀଅଧିକାରୀଙ୍କୁ ବିଜେପି ପକ୍ଷରୁ ପ୍ରଦାନ କରାଯାଇଛି । ଅନୁଗୋଳ ଜିଲ୍ଳାରେ ବାର୍ଷିକ ୩ଶହକୋଟିରୁ ଉର୍ଦ୍ଧ୍ୱଟଙ୍କା କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ଜିଲ୍ଳା ଖଣିଜପାଣ୍ଠିରୁ ଜମା କରିଥାନ୍ତି । ଉକ୍ତ ପାଣ୍ଠିରୁ ତାଳଚେର ପୌରାଚଂଳର ବିକାଶପାଇଁ ବିଜେପି ପକ୍ଷରୁ ଉନ୍ନୟନ କାର୍ଯ୍ୟର ଏକ ସୂଚୀ ପ୍ରସ୍ତୁତ କରାଯାଇ ବିଜେପି ମିଡିଆସେଲ୍ ସଂଯୋଜକ ପର୍ଶୁରାମ ବାରିକ, ଢେଙ୍କାନାଳ ସାଂସଦଙ୍କ ପ୍ରତିନଧି, ମଣ୍ଡଳସଭାପତି ରଜେଶ ଦଳେଇ ନଗରପାଳ ପବିତ୍ର ଭୂତିଆ ଓ ନିର୍ବାହୀଅଧିକାରୀଙ୍କ ସାକ୍ଷତକରି ସୂଚୀ ପ୍ରଦାନ କରିଥିଲେ  । ତାଳଚେର ପୌରାଚଂଳରେ ଜଗନ୍ନାଥ ପାର୍କ, ପଶ୍ଚିମେଶ୍ୱର ମନ୍ଦିର, ଆଖଣ୍ଡଳମଣି ମନ୍ଦିର, ଟାଉନହତା, ବ୍ରାହ୍ମଣୀନଦୀରେ ବୋଟ ଚଳାଇବା, ଟାଉନ ମଧ୍ୟରେ ଥିବା ହତା ଗୁଡିକର ପୁନଃ ବିକାଶ, ସ୍ୱରାଜ ବ୍ୟବସ୍ଥାକୁ ଠିକ କରି ପୌରବାସୀଙ୍କ ସ୍ୱଚ୍ଛଜଳ ପ୍ରଦାନ, ବିଭିନ୍ନ ୱାର୍ଡରେ କଳ୍ୟାଣୀମଣ୍ଡପ ନିର୍ମାଣ, ଶ୍ମଶାନଘାଟକୁ ଯିବାକୁ ରହିଥିବା କଲଭର୍ଟ ନିର୍ମାଣ ଆଦି ବହୁ ଉନ୍ନୟନ ମୂଳକକାର୍ଯ୍ୟର ତାଲିକା ଦିଆଯାଇଛି ବୋଲି ବିଜେପି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି   ।