ବୋଇତ ବନ୍ଦାଣ ପାଇଁ ବେଆଇନ ଭାବେ ଅର୍ଥ ଆଦାୟ
କାକଟପୁର: ଅସ୍ତରଙ୍ଗ ବ୍ଲକ୍ ଅଧିନ ତାଳଦା ଦ୍ୱୀପାଞ୍ଚଳ ଘାଟରେ ବୋଇତ ବନ୍ଦାଣ ଓ ବାଲିଯାତ୍ରା ଉସôବ ପାଳନକୁ ନେଇ ରାଜନୈତିକ ମହଲରେ ବିବାଦ ମୁଣ୍ଡ ଟେକିଛି । ବୋଇତ ବନ୍ଦାଣ ଉସôବକୁ ପରିଚାଳନା କରୁଥିବା କେତେକ ମୁଷ୍ଟିମେୟ ବ୍ୟକ୍ତି ନିଜେ ମନମାନି କରି ଅଞ୍ଚଳର ବରିଷ୍ଠ ନେତାଙ୍କୁ ଉଦେ୍ଦଶ୍ୟ ମୂଳକ ଭାବେ ଉପେକ୍ଷା କରିବା ଯୋଗୁଁ ଉସôବଟି ଫିକା ପଡିବ ବୋଲି ଚାରିଆଡେ ଚର୍ଚ୍ଚା ଚାଲିଛି । ଉସôବରେ ସମ୍ପୃକ୍ତ ତାଳଦା ସରପଞ୍ଚ ଆକ୍ସିସ ବ୍ୟାଙ୍କରେ ଥିବା ନିଜ ଆକାଉଣ୍ଟ ନମ୍ବର ଦେଇ ଠିକାଦାର, ସ୍ଥାନୀୟ ରାଜନେତା, ଆର୍ଥର୍ିକ ସ୍ୱଛଳ ବ୍ୟକ୍ତିଙ୍କଠାରୁ ଚାନ୍ଦା ଆଦାୟ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ତାଳଦାରେ ବୋଇତ ବନ୍ଦାଣ ଉସôବରେ ପ୍ରତିନିଧିତ୍ୱ କରୁଥିବା କିଛି ମୁଷ୍ଟିମେୟ ବ୍ୟକ୍ତି ଅଭିଜ୍ଞା ଓ ପୃଷ୍ଟପୋଷକ ଥିବା ବ୍ୟକ୍ତିଙ୍କୁ ଅଣଦେଖା କରିବା ଦ୍ୱାରା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଅପରପକ୍ଷରେ ଅସ୍ତରଙ୍ଗ ବ୍ଲକର ହିନ୍ଦୁ ଓ ମୁସଲିମ ସମନ୍ୱୟର ପୀଠ ଜାହାନିଆ ବେଳାଭୂମିରେ ପାରମ୍ପରିକ ବାଲିଯାତ୍ରା ଅନୁଷ୍ଠିତ ହୋଇଆସୁଥିବାବେଳେ, ସେହି ବ୍ଲକରେ ସମାନ୍ତରାଳ ଭାବେ ଆଉ ଏକ ବୋଇତ ବନ୍ଦାଣ ଓ ବାଲିଯାତ୍ରା ଉସôବ ପାଳନ କରିବାକୁ ନେଇ ସ୍ଥାନୀୟ ପୋଲିସ ପ୍ରଶାସନ ଏହାକୁ କିଭଳି ପରିଚାଳନା କରିବ ତାହା ମୁଣ୍ଡବ୍ୟଥାର କାରଣ ପାଲଟିଛି ।