ଅର୍ଦ୍ଧନଗ୍ନ ଶବ ଉଦ୍ଧାର ଘଟଣା: ଦୁଇ ଅଭିଯୁକ୍ତ ଗିରଫ

 ନୂଆପଡା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଚିଚେର ଗ୍ରାମରେ ଏକ ଜମିରେ ଗତ ଶନିବାର ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧ ନଗ୍ନ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ବ୍ୟକ୍ତି ଜଣକ ଖଡ଼ିଆଳ ଥାନା ମାଣ୍ଡୋଶିଲ ଗ୍ରାମର ବ୍ୟବସାୟୀ ଦିନ ପାନ(୪୫) ବୋଲି ଜଣାପଡିଥିଲା । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ଖଡ଼ିଆଳ ପୁଲିସ ତଦନ୍ତ କଲା ପରେ ଦୁଇ ଜଣ ବ୍ୟକ୍ତି ମାରି ଦେଇଥିବା ଖଡ଼ିଆଳ ଆଇଆଇସି ଦିଲ୍ଲୀପ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସୂଚନା ମତେ ସଦାଶିବ ବୈଠାରୁ(୩୦) ଓ ମୃତ ଦିନ ପାନ (୪୫) ନେହେନା ଗ୍ରାମର ପ୍ରେମ ସୁନାନୀ ଘରକୁ ଛେଳି କିଣିବା ପାଇଁ ଯାଇଥିଲେ । ଛେଳି କିଣାରେ ମୁଲଚାଳ ନ ହେବାରୁ ସଦାଶିବ ଓ ଦିନ ପାନ ଘରକୁ ପଳାଇ ଆସିଥିଲେ । ସଦାଶିବ ଘରେ ଦିନ ପାନ ଶୁକ୍ରବାର ରାତ୍ରରେ ଖାଇଥିଲେ । ପରେ ସଦାଶିବ ବୈଠାରୁ ଓ କାର୍ତ୍ତିକ ବୈଠାରୁ ଦିନ ପାନ ତାର ଘର ମାଣ୍ଡୋସିଲ ଗ୍ରାମକୁ ଛାଡି ଆଣୁଥିଲେ ।  ଦୁଇ ଭାଇ ବାଟରେ ଦିନ ପାନକୁ କିଛି ଟଙ୍କା ମାଗିଥିଲେ ।  ଟଙ୍କା ନ ଦେବାରୁ ସଦାଶିବର ଭାଇ କାର୍ତ୍ତିକ ବୈଠାରୁ ଦିନ ପାନକୁ ଜାବୁଡି ଧରି ଦେଇଥିଲେ । ସଦାଶିବ ବୈଠାରୁ ଧରିଥିବା ଟାୱାଲରେ ଦିନ ପାନଙ୍କ ଗଲା ଜୋର ଚିପି ଦେବା ଦ୍ୱାରା ଦିନ ପାନଙ୍କ ମୃତୁ୍ୟ ହୋଇ ଯାଇଥିଲା । ଦୁଇ ଭାଇ ମୃତୁ୍ୟ ହୋଇ ଯାଇଥିବା ଜାଣି ତାକୁ ଏକ ବିଲରେ ଫିଙ୍ଗି ଦେଇଥିଲେ । ଖଡ଼ିଆଳ ଆସିଆଇସି ଦିଲ୍ଲୀପ କୁମାର ସାହୁ ଓ ତାଙ୍କ ଟିମ ତଦନ୍ତ କଳାରେ ପ୍ରକୃତ ରହସ୍ୟ ପଦାକୁ ଆସିଥିବା ଆଇଆଇସି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।