ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ନୂଆପଡ଼ା : କଣ୍ଟାବାଞ୍ଜି ଲୋକ ମହୋତ୍ସବର ପୂର୍ବତନ ସମ୍ପାଦକ ଚିନ୍ମୟ ଯୋଷୀଙ୍କ ଆହ୍ୱାନ ଏବଂ ଅମରଚନ୍ଦ ଶର୍ମାଙ୍କ ସଭାପତିତ୍ୱରେ ସ୍ଥାନୀୟ ଶ୍ରୀରାମ ମନ୍ଦିର ଠାରେ ୭ମ ଲୋକ ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି ଲୋକ ମହୋତ୍ସବର ସମସ୍ତ ଅଭିଜ୍ଞ, ଯୁବାବର୍ଗ ଏବଂ ମୂଳ ସଦସ୍ୟ, ପ୍ରତିଷ୍ଠାତା ତଥା କାର୍ଯ୍ୟକର୍ତ୍ତାଙ୍କ ଲୋକ ମହୋତ୍ସବର ଆୟୋଜନ ପ୍ରତି ଆଗ୍ରହକୁ ଅଣଦେଖା ନ କରି ଏହି ବୈଠକ ଆୟୋଜିତ ହୋଇଥିଲା । ବୈଠକରେ ଅମରଚନ୍ଦ ଶର୍ମା, ଅଜୟଦାସ, ଚିନ୍ମୟ ଯୋଷୀ, ବ୍ରଜଶ୍ୟାମ ଗୁରୁ, ଅଶୋକ ଦାସ, ସଞ୍ଜୟ ନାଥ, ଶେଷଦେବ ପୁଟେଲ, ସୁରେଶ ଆର୍ୟା, କିଶୋର ମଜଖଣ୍ଡ, ଗୁରୁଦୟାଲ ହଂସ, ଦେବରାଜ ୟାଦବ, ଶେଖ ଅନବର, ଭୂବନାନନ୍ଦ ମହାନ୍ତି, ପ୍ରଭୋଜିତ ସିଂ ସାଲୁଜା, ଆଶିଷ ଖୈତାନ, ଦୁଖିଃଶ୍ୟାମ ରାଏ, ଅମର ବାଗ, ରମାକାନ୍ତ ଦାସ, ଜଶପାଲ ସୁନା, ଦେବାର ବାରିକ, ଜଗମୋହନ ତାଣ୍ଡି, ୟୋଗେଶ ପନିକା, ବରାହଭେଙ୍କଟ ବାଗ ,ପ୍ରମୋଦ ବେହେରା, ବିଶି କେଶନ ମାଝୀ, ପ୍ରତୀକ ଦାସ ସହ ଶତାଧିକ କଳାସଂସ୍କୃତି ପ୍ରେମୀ ଉପସ୍ଥିତ ଥିଲେ । ପରବର୍ତ୍ତୀ ବୈଠକରେ ସମସ୍ତ ରୂପରେଖ ପ୍ରସ୍ତୁତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।