ଫାଇଲେରିଆ ନିରାକରଣର ଶୁଭାରମ୍ଭ

ବରଗଡ଼ :  ଭଟଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡା. ରିତେଶ ସାହୁଙ୍କ ତତ୍ତ୍ୱବାଧାନ ରେ ଫାଇଲେରିଆ ନିରାକରଣ ଅଭିଯାନ ଅନ୍ତର୍ଗତ ସାମୂହିକ ଔଷଧ ସେବନର କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭଟଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ଜୟପ୍ରକାଶ ପଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡା. ସୁଶାନ୍ତ ସାହୁ ଏବଂ ଡା. ଅମନ ଭୋଇ ଯୋଗଦାନ କରି ଫାଇଲେରିଆ ରୋଗ ନିରାକରଣ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏହି ରୋଗର ନିରାକରଣ ପାଇଁ ସରକାରଙ୍କର ନିଦେ୍ର୍ଦଶ ଅନୁଯାଇ ସାମୂହିକ ଔଷଧ ସେବନ ଉପରେ ଗୁରୁତ୍ୱାରୋପ କରିଥିଲେ । ପରେ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଏବଂ ଅନ୍ୟ ଉପସ୍ଥିତ ଜନ ସାଧାରଣ ସାମୂହିକ ଔଷଧ ସେବନ କରିଥିଲେ ।  ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିପିଏମ ଜୟପ୍ରକାଶ ପଧାନ, ଏଲଟି  ଉଦିତ ନାରାୟଣ ନନ୍ଦ, ରେଶମା ମେହେର, ବିଏଏମ ଆଲୋକ ବିଶ୍ୱାଳ, ଫାର୍ମାସିଷ୍ଟ ଖୁବିରାମ ସାହୁ, ସପ୍ତସିନୀ ସାହୁ, ଶେଷ ନାୟକ, ମନୋଜ ବିଶି, ଦଶରଥ ବରିହା, ସପ୍ତସିନୀ ସାହୁଙ୍କ ସମେତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଡା. ରିତେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।