ବିଜେପିର ସମନ୍ୱ୍ୱୟ ବୈଠକ ଅବ୍ କି ବାର ୪୦୦ ପାର୍ର ଦମ୍ଭୋକ୍ତି
ନୀଳଗିରି : ରବିବାର ନୀଳଗିରି ନିର୍ବାଚନ ମଣ୍ଡଳୀରେ ଏଚଡିଏଫସି ବ୍ୟାଙ୍କ କଲ୍ୟାଣ ମଣ୍ଡପରେ ବିଜେପିର ନୀଳଗିରି ନିର୍ବାଚନ ମଣ୍ଡଳୀସ୍ତରୀୟ ପ୍ରଥମ ସାଙ୍ଗଠନିକ ସମନ୍ୱ୍ୟ ବୈଠକ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଲୋକସଭାର ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଜେପିର ନୀଳଗିରି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ, ନୀଳଗିରି ବିଧାନସଭା ପ୍ରଭାରୀ କମଲ ଲୋଚନ ବେହେରା, ବିଧାନସଭା ସଂଯୋଜକ କରୁଣାକର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟା ରଂଜିତା ସିଂ, ସମର ଶଙ୍କର କାନୁନଗୋ, ବିଜୟ ସାହୁ ପ୍ରମୁଖ ମଂ·ସୀନ ଥିଲେ । ଏଥି ସହିତ ସମସ୍ତ ମଣ୍ଡଳର ସଭାପତି, ଦଳର ସମସ୍ତ ପଦାଧିକାରୀ, ଶକ୍ତିକେନ୍ଦ୍ର ପ୍ରମୁଖ ଓ ପ୍ରମୁଖମାନେ ଯୋଗ ଦେଇଥିଲେ । ବିଳମ୍ବରେ ବିଧାୟକଙ୍କ ନାମ ଘୋଷଣା ହୋଇଥିଲେ ମଧ୍ୟ ପ୍ରତାପ ଷଡ଼ଙ୍ଗୀଙ୍କ ନିର୍ମଳ ଭାବମୂର୍ତ୍ତି ସହିତ ସାଂଗଠନିକ ଦକ୍ଷତା ଓ ସନ୍ତୋଷ ଖଟୁଆଙ୍କ ରଣନୀତି ଆଗାମୀ ସାଧାରଣ ନିର୍ବାଚନରେ ବିପକ୍ଷ ଦଳକୁ ଧରାଶାୟୀ କରିବାରେ କେହି ଅଟକାଇ ପାରିବେ ନାହିଁ ବୋଲି ଉଭୟ ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଓ ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ଦମ୍ଭୋକ୍ତି ପ୍ରକାଶ କରିଥିଲେ । ଓଡିଶାରେ ରବିବାର ବିଜେଡି ସରକାର ଦୁର୍ନୀତି, ଭ୍ରଷ୍ଟା·ର, ବ୍ୟଭି·ର, ଅପାରଗତା ଓ ଓଡ଼ିଆ ଅସ୍ମିତା ଉପରେ ଆକ୍ରମଣକୁ ଭିତ୍ତି କରି ଲୋକଙ୍କ ପାଖରେ ପହଂଚିବା ପାଇଁ ଉଭୟ ନେତା ନିବେଦନ କରିଥିଲେ । ଦଳ କିପରି ନୀଳଗିରି ବିଧାନସଭା ସହିତ ବାଲେଶ୍ୱର ଲୋକସଭାରେ ବିଜୟୀ ହେବ ଏହି ବିଷୟରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ସନ୍ତୋଷ ଖଟୁଆ କର୍ମୀଙ୍କୁ ବକ୍ତବ୍ୟ ରଖିଥିଲେ ।