ପ୍ରବୀଣ ଠିକାଦାରଙ୍କୁ ସମ୍ମାନିତ କଲା ଡାଲମିଆ ସିମେଣ୍ଟ

 ଭୁବନେଶ୍ୱର : ଭାରତର ଅନ୍ୟତମ ଅଗ୍ରଣୀ ସିମେଣ୍ଟ ଉତ୍ପାଦନକାରୀ ଡାଲମିଆ ସିମେଣ୍ଟ ତାହାର ଅଗ୍ରଣୀ ପ୍ରୟାସ ‘ଆପ ହେଁ ସଚ୍ଚେ ବିଶ୍ୱକର୍ମା’ ଜରିଆରେ ପ୍ରବୀଣ ଠିକାଦାରଙ୍କୁ ସମ୍ମାନିତ କରିଛି । ପୂର୍ବ ଭାରତର ୪୩୧ ଜଣ ଠିକାଦାରଙ୍କ ମଧ୍ୟରୁ ୧୬୬ଜଣ ଓଡ଼ିଶାର ରହିଥିବାବେଳେ ସେମାନଙ୍କୁ ସ୍ୱତନ୍ତ୍ର ଭାବରେ ବାସଗୃହ, ଗୋଷ୍ଠୀ ନିର୍ମାଣ ଏବଂ ପରବର୍ତ୍ତୀ ପିଢିର ନିର୍ମାଣ ବୃତ୍ତିଧାରୀଙ୍କୁ ମାର୍ଗଦର୍ଶନ କରିବା କ୍ଷେତ୍ରରେ ଦୀର୍ଘ ଦଶନ୍ଧିର ଅବଦାନ ନିମନ୍ତେ ସମ୍ମାନିତ କରାଯିବା ପୂର୍ବକ ପ୍ରତ୍ୟେକଙ୍କୁ ଶାଲ, ଫଳକ ଏବଂ କାନ୍ଥ ଘଣ୍ଟା ତଥା ବାସଗୃହ ନିର୍ମାଣ ଏବଂ ଗୋଷ୍ଠୀଗୁଡିକର ପରିପୋଷଣ କରିବାରେ ସେମାନଙ୍କର ଉଲ୍ଲେଖନୀୟ ଯାତ୍ରାକୁ ନେଇ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ଏକ ‘ଫଟୋ ଆଲ୍ବମ୍ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଡାଲମିଆ ସିମେଣ୍ଟର ବରିଷ୍ଠ ପ୍ରତିନିଧିବୃନ୍ଦଙ୍କ ସହିତ ଡିଲରଗଣ, ପରିବାର ଏବଂ ଠିକାଦାର ସମୁଦାୟର ସଦସ୍ୟବୃନ୍ଦ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ସମ୍ପର୍କରେ ମତ ଦେଇ କମ୍ପାନୀର ମୁଖପାତ୍ର କହିଥିଲେ ଯେ, ଡାଲମିଆ ଭାରତରେ ଦଶନ୍ଧି ଦଶନ୍ଧି ଧରି ଗୁଣାତ୍ମକ ନିର୍ମାଣର ଧ୍ୱଜାଧାରୀ ହୋଇଥିବା ଆମର ବରିଷ୍ଠ ଠିକାଦାରଙ୍କର ବିଦ୍ୱତା ଏବଂ ଉତ୍ସର୍ଗୀକୃତ କାର୍ଯ୍ୟକୁ ଅତ୍ୟନ୍ତ ଉଚସ୍ଥାନ ଦେଉଛୁ । ୨୦୨୦ରେ ଆରମ୍ଭ ହୋଇଥିବା ‘ଆପ୍ ହେଁ ସଚ୍ଚେ ବିଶ୍ୱକର୍ମା’ ଡାଲମିଆ ସିମେଣ୍ଟ ବ୍ୟବସାୟ ପରିଚାଳନା କରୁଥିବା ପୂର୍ବାଞ୍ଚଳ ରାଜ୍ୟଗୁଡିକ ଯଥା ଓଡ଼ିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ ଏବଂ ବିହାର ଆଦିରେ ଏକ ଉଲ୍ଲେଖନୀୟ ପ୍ରୟାସ ଭାବରେ ପ୍ରତିଷ୍ଠିତ ହୋଇଛି । ବିଗତ ପାଞ୍ଚବର୍ଷ ମଧ୍ୟରେ ଏହା ୨୦୦୦ରୁ ଅଧିକ ପ୍ରବୀଣ ଠିକାଦାରଙ୍କୁ ସମ୍ମାନିତ କରିବା ସହିତ ସେମାନଙ୍କୁ ସେମାନଙ୍କର କାହାଣୀ ବର୍ଣ୍ଣନା କରିବା, ଯୁବ ବୃତ୍ତିଧାରୀଙ୍କୁ ପ୍ରେରଣା ଦେବା ଏବଂ ପିଢି ପରେ ପିଢିଙ୍କୁ ଜ୍ଞାନ ଓ ସର୍ବୋତମ କାର୍ଯ୍ୟାଭ୍ୟାସ ପ୍ରଦାନ କରିବା ନିମନ୍ତେ ଏକ ମଞ୍ଚ ଯୋଗାଇ ଦେଉଛି ।