ଆସାମ କଲୋନୀ ଚୋରି ଘଟଣା, ଦୁଇ ଗିରଫ
ନବରଙ୍ଗପୁର : ଘରେ କେହି ସଦସ୍ୟ ନ ଥିବାର ସୁଯୋଗ ନେଇ ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ରେ ଦୁଇ ଜଣଙ୍କୁ ଗିରଫ କରିଛି ନବରଙ୍ଗପୁର ପୋଲିସ । ଆସାମ କଲେନି ରେ ରହୁଥିବା କେ,ଓମ୍ କାର ବ୍ରହ୍ମା ମେଡିକାଲ କାମ ନେଇ ନବରଙ୍ଗପୁର ଠାରୁ ବିଶାଖାପାଟଣା ଘରକୁ ତାଲା ଦେଇ ଯାଇଥିଲେ । ମେଡିକାଲ କାମ ସାରି ଆସି ଯେତେବେଳେ ଘରକୁ ଫେରି ଦେଖନ୍ତି ତେବେ ଘର ର ତାଲା ଭାଙ୍ଗି ଥିବା ସହ ଆସବାବପତ୍ର ଏଣେ ତେଣେ ପଡିଛି । ଏହାସହ ଆଲମାରୀ ରେ ଥିବା ପ୍ରାୟ ଦୁଇ ତୁଳା ଓଜନ ର ସୁନା ଗହଣା ଓ ୧ ଲକ୍ଷ ୪୦ ହଜାର ଟଙ୍କା ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ । ପଡିଶା ଘରେ ସିସିଟିଭି ଫୁଟେଜ ରେ ଦୁଇ ଜଣ ଚୋର ଚୋରୀ କରି ଫେରିବା ର ଦୃଶ୍ୟ ସିସିଟିଭି କ୍ୟାମେରା ରେ କଏଦୀ ହୋଇଥିଲା । ଏ ବାବଦ ରେ କେ, ଓମ୍ କାର ବ୍ରହ୍ମା ନବରଙ୍ଗପୁର ଟାଉନ ପୋଲିସ ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏ ସମ୍ୱନ୍ଧରେ ଖବର ପାଇ ଘଟଣା ସ୍ଥଳ ରେ ପହଞ୍ଚô ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ଜଡ଼ିତ ୨ ଚୋରକୁ ନବରଙ୍ଗପୁର ପୋଲିସ ଧରିବାରେ ସଫଳ ହୋଇଛି । ଦୁଇ ଜଣ ଚୋର ହେଲେ ରାୟଗଡ଼ା ଜିଲ୍ଲାର ଏମ୍, କିରଣ ଓ ନନ୍ଦ କନକ ରାଜୁ । ସେମାନଙ୍କ ଠାରୁ ନଗଦ ୧୦ ହଜାର ଟଙ୍କା, ଗୋଟିଏ ସୁନା ହାର, ୩ ମୋବାଇଲ ଫୋନ୍, ୨ ସ୍କ୍ରୁ ଡ୍ରାଇଭର, ଗୋଟିଏ ବାଇକ୍, ଗୋଟିଏ ଲୁହା ଛଡ ଜବତ କରିଛି ପୁଲିସ । ସବ୍ଇନ୍ସପେକ୍ଟର ସମ୍ବିତ ସାହୁ ଏହି କେଶ୍ର ତଦନ୍ତ କରୁଥିବା ବେଳେ ଦୁଇ ଜଣ ଆସାମିକୁ କୋର୍ଟ ଚାଲାଣ କରାଯାଇଛି ।
 
 Rasmita Behera
                                    Rasmita Behera                                 
    
             
    
             
    
             
    
             
    
 
    
 
 
 
