ନାରୀ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ
ନୁଆପଡ଼ା : ଖଡ଼ିଆଳ କଲେଜରେ ଅଧ୍ୟକ୍ଷ ପ୍ରଶାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତରଫରୁ ନାରୀ ସଚେତନତା କାର୍ଯ୍ୟକ୍ରମ ସମ୍ପାଦିତହୋଇଛି । ସ୍ଥାନୀୟ ପୋଲିସ ବିଭାଗର ଥାନା ଅଧିକାରୀ ଦିଲ୍ଲୀପ ସାହୁ, ରାଜେଶ ଅଗସ୍ତି, ମିନତୀ ବଡନାୟକ, ଦେବାର୍ଚ୍ଚନ ମାଝୀ ଯୋଗଦେଇଥିଲେ । ଥାନାଧିକାରୀ ଦିଲ୍ଲୀପ ସାହୁ ଛାତ୍ରୀଙ୍କୁ ଆତ୍ମସୁରକ୍ଷା, ସଚେତନତା, ଆତ୍ମ ବିଶ୍ୱାସ, ଧର୍ଯ୍ୟ, ସାହାସ ଇତ୍ୟାଦି ସମ୍ପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ଅବଗତ କରାଇଥିଲେ । ଉକ୍ତ ସଭାରେ କମିଟି ମୁଖ୍ୟ ଅଧ୍ୟାପିକା ରାଜଲଷ୍ମୀ ରଥ, ସଦସ୍ୟା ଅଧ୍ୟାପିକା ଡ. ଗୀତାଶ୍ରୀ ପ୍ରିୟମ୍ବଦା, ଅଧ୍ୟାପିକା ବିୟୁଟି ଅଗ୍ରୱାଲ, ଅଧ୍ୟାପିକା ନିବେଦିତା ଆଚାରି ପ୍ରମୁଖ ଉପସ୍ଥିତଥିଲେ । ସରକାରଙ୍କ ନାରୀ ସଶକ୍ତିକରଣ ଓ ସୁରକ୍ଷା ବ୍ୟବସ୍ଥା ବିଷୟରେ ଜ୍ଞାନ ଆହରଣ କରିଥିଲେ ଛାତରଛାତ୍ରୀ । ପରିଶେଷରେ ଅଧ୍ୟାପିକା ଡ. ଗୀତାଶ୍ରୀ ପ୍ରିୟମ୍ବଦା କାର୍ଯ୍ୟକ୍ରମର ସଫଳ ଆୟୋଜନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।