ବ୍ରାଉନସୁଗାର ଜବତ, ଜଣେ ଗିରଫ


 ପୁରୀ: ୧୩ଗ୍ରାମ୍ ୪୦ମିଲିଗ୍ରାମ୍ ବ୍ରାଉନସୁଗାର ଜବତ କରିବା ସହ ଏହି ନିସିଦ୍ଧ ମାଦକ ଦ୍ରବ୍ୟ ବିକ୍ରି କରୁଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି କୁମ୍ଭାରପଡ଼ା ଥାନା ପୁଲିସ । ସଂପୃକ୍ତ ଯୁବକ ଠାରୁ ନଗଦ ୨୫୦ଟଙ୍କା ଓ ଗୋଟିଏ ଡ଼ିଜିଟାଲ ଓଜନ ମେସିନ୍ ମଧ୍ୟ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ଯୁବକ ଜଣକ ହେଲା ରେଲୱେ ଷ୍ଟେସନ ରୋଡ଼ର ସାମୁଏଲ ବେହେରାଙ୍କ ପୁଅ ଆଶୁତୋଷ ବେହେରା (୨୧) । ଏ ସଂକ୍ରାନ୍ତରେ ଏନ୍ଡ଼ିପିଏସ୍ ଆଇନର ୨୧(ଖ) ଦଫାରେ ୪୦୧/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ସବ୍ଇନ୍ସପେକ୍ଟର ଆର ନାରାୟଣ ରେଡ୍ଡୀ, ଏଏସ୍ଆଇ ଜୟକୃଷ୍ଣ ମାଳି, ଅଜିତ କୁମାର ବିଶ୍ୱାଳ ଓ ଅନ୍ୟ ଷ୍ଟାଫମାନେ ପାଟ୍ରୋଲିଂ କରୁଥିବା ବେଳେ ଜଣେ ଯୁବକ ରେଳଷ୍ଟେସନ ନିକଟସ୍ଥ ତାରିଣୀ ଛକ ନିକଟରେ ବ୍ରାଉନସୁଗାର ବିକ୍ରି କରୁଥିବା ନେଇ ବିଶ୍ୱସ୍ଥ ସୂତ୍ରରୁ ସୂଚନା ମିଳିଥିଲା । ଖବର ପାଇ ପୋଲିସ ଟିମ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚô ଆଶୁତୋଷକୁ ଗିରଫ କରିବା ସହ ଆସିଷ୍ଟାଣ୍ଟ କଲେକ୍ଟର ତଥା ଏକ୍ଜିକୁ୍ୟଟିଭ ମାଜିଷ୍ଟ୍ରେ ସୁଚରିତା ମାଝୀଙ୍କ ଉପସ୍ଥିତିରେ ବ୍ରାଉନସୁଗାର ଜବତ କରିଥିଲେ ।