ବିମଲ ସାହାଜୀଙ୍କ ସାମ୍ବାଦିକ ସମ୍ମିଳନୀ
ଖୋର୍ଦ୍ଧା : ଖୋର୍ଦ୍ଧା ଟାଉନ ହଲ ଠାରେ ମଙ୍ଗଳ ବାରଦିନ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଏଆଇସିସି ସଭାପତି ମଲିକାର୍ଜୁନ ଖଡ଼ଗେ କଂଗ୍ରେସକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବାକୁ ସଂଗଠନ ସୃଜନ ଅଭିଯାନର ରୂପରେଖ ପ୍ରସ୍ତୁତ କରିଥିବାକୁ ନେଇ ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲା ପାଇଁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ଗୁଜୁରାଟର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବିମଲ ଶାହା ଜୀ ଯୋଗଦେଇ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ତରଫରୁ ସଙ୍ଗଠନ ସୃଜନ ଅଭିଯାନ ଖୋର୍ଦ୍ଧା ସ୍ଥିତ ଟାଉନ ହଲ ଠାରେ ଆରମ୍ଭ ହୋଇଛି । ଉକ୍ତ ଅଭିଯାନରେ ବିମଲ ଶାହାଜୀ, ଓଡିଶା ପ୍ରଦେଶ କଂଗ୍ରେସ ତରଫରୁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ଅନନ୍ତ ସେଠୀ, ଦେବାଶିଷ ମହାପାତ୍ର, ବିଶ୍ୱରଂଜନ ପଣ୍ଡା ପ୍ରମୁଖ ଉପସ୍ଥିତି ଥିଲେ । କାର୍ଯ୍ୟକ୍ରମ ଜିଲ୍ଲାର ସଂଯୋଜକ ରାଜୀବ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ସୋନାଲି ସାହୁ, ଜଟଣୀ ବିଧାୟକ ପ୍ରାର୍ଥୀ ସନ୍ତୋଷ ଜେନା, ବୋଲଗଡ଼ ବିଧାୟକ ପ୍ରାର୍ଥୀ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ, ଚିଲିକା ବିଧାୟକ ପ୍ରାର୍ଥୀ ପ୍ରଦୀପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, ସୌମ୍ୟ ବରାଳଙ୍କ ସମେତ ଦଳର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।