ଆଠଫୁଟର ଅଜଗର ଉଦ୍ଧାର
ରାଜନଗର: ରାଜନଗର ବ୍ଲକ ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ଖମାରସାହି ପଞ୍ଚାୟତ ରଗଡାପାଟିଆ ଗ୍ରାମରୁ ଆଠଫୁଟର ଏକ ଅଜଗରକୁ ବନବିଭାଗ ଉଦ୍ଧାର କରିଛି । ଅଜଗରଟି ଏହି ଗ୍ରାମର ଖାଣ୍ଟମହିଷାଳଙ୍କ ବାଡିରେ ମନୋଫିଲାମେଣ୍ଟ ଜାଲରେ ଛନ୍ଦି ହୋଇ ଗର୍ଜନ କରୁଥିଲା । ଅଜଗରକୁ ଦେଖି ଖାଣ୍ଟୁ ବନବିଭାଗକୁ ଖବର ଦେଇଥିଲେ । ସହକାରୀ ବନସଂରକ୍ଷକ ମାନସକୁମାର ଦାସଙ୍କ ନିଦେ୍ର୍ଦଶକ୍ରମେ ବନରକ୍ଷୀ କଳ୍ପତରୁ ସେଠୀଙ୍କ ନେତୃତ୍ୱରେ ସାପ ଧରାଳି ଯଶୋବନ୍ତ ବେହେରା, କୁନା ବେହେରା, ବାବୁଲି ବିଶ୍ୱାଳ ଓ ବାବୁଲି ଦାସ ପହଞ୍ଚି ଅଜଗରଟିକୁ ଉଦ୍ଧାର କରି ଭିତରକନିକା ଜାତୀୟ ଉଦ୍ୟାନରେ ଛାଡି ଦେଇଥିଲେ ।