ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି
ପୁରୀ : ପୁରୀ ଜିଲ୍ଳାସ୍ତରୀୟ ଅଭିଯୋଗ ଶୁଣାଣି କୃଷ୍ଣପ୍ରସାଦ ବ୍ଲକର ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳାପାଳ ଦିବ୍ୟଜ୍ୟୋତି ପରିଡ଼ା ଏଥିରେ ଅଧ୍ୟକ୍ଷତା କରିଥିଲେ । ମୋଟ ୭୭ଟି ଅଭିଯୋଗ ମିଳିଥିଲା । ସେଥିରୁ ୫୩ଟି ବ୍ୟକ୍ତିଗତ, ୨୦ଟି ଗ୍ରାମ ସମ୍ବନ୍ଧୀୟ ଓ ୪ଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ସଂପର୍କରେ ମିଳିଥିଲା । ତତ୍କ୍ଷଣାତ୍ ୨ଗୋଟିର ସମାଧାନ କରାଯାଇଥିଲା । ଅନ୍ୟ ଅଭିଯୋଗ ଗୁଡ଼ିକର ଆଇନ ଅନୁସାରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗମାନଙ୍କୁ ପ୍ରେରଣ କରାଯାଇଛି । ଏହି ଶୁଣାଣିରେ ଅତିରିକ୍ତ ଜିଲ୍ଳାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଜିଲ୍ଳା ପରିଷଦର ଉନ୍ନୟନ ଅଧିକାରୀ ପ୍ରି୍ରୟରଂଜନ ପୃଷ୍ଟି, ଅତିରିକ୍ତ ଏସ୍.ପି ସୌମ୍ୟରଂଜନ ମଲ୍ଲିକ, କୃଷ୍ଣପ୍ରସାଦର ବିଡ଼ିଓ ଅମୀୟ କୁମାର ପଣ୍ଡା, ଭାରପ୍ରାପ୍ତ ତହସିଲଦାର ବିକାଶ ସେଠୀ, ଭାରପ୍ରାପ୍ତ ଅଭିଯୋଗ ଶୁଣାଣି ଅଧିକାରୀ ପଞ୍ଚାନନ ପରିଡ଼ା ଓ ଅନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ । ଅଗଷ୍ଟ ମାସ ୪ ତାରିଖରେ ଜିଲ୍ଳା ସଦର ମହକୁମା, ୧୧ତାରିଖରେ ବ୍ରହ୍ମଗିରି ବ୍ଲକ ସମ୍ମିଳନୀ କକ୍ଷ, ୧୮ ତାରିଖରେ ସତ୍ୟବାଦୀ ବ୍ଲକ ସମ୍ମିଳନୀ କକ୍ଷ ଓ ୨୫ ତାରିଖରେ ଅସ୍ତରଙ୍ଗ ବ୍ଲକ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୦ଟା ସମୟରେ ଜିଲ୍ଳାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ବୋଲି ଅଭିଯୋଗ ପ୍ରକୋଷ୍ଠ ସୂତ୍ରରୁ ପ୍ରକାଶ ।