ପାଇପ୍ରେ ଆକ୍ରମଣ : ବାଳ ଅପରାଧୀକୁ ଧରିଲା ପୁଲିସ
ପୁରୀ : ଜଗନ୍ନାଥ ବଲ୍ଲଭ ମଠ ପଛପଟେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିବା ଘଟଣାରେ ଟାଉନଥାନା ପୋଲିସ ଜଣେ ନାବାଳକକୁ ଗିରଫ କରିଛି । ଏନେଇ ମାମଲା ରୁଜୁ କରାଯାଇଛି । ପୁଲିସ ଆକ୍ରମଣରେ ବ୍ୟବହୃତ ଗୋଟିଏ ଜିଆଇ ପାଇପ୍ ସହ ସାଇକେଲ କ୍ରାଙ୍କ ଜବତ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଗତ ୧୦ ତାରିଖରେ ଟାଉନଥାନା ଅଧିନସ୍ଥ ଚୁଡ଼ଙ୍ଗ ସାହି ମଧୁବନର ସୁକାନ୍ତ କୁମାର ଦାସ ତାଙ୍କ ପରିବା ଦୋକାନ ବନ୍ଦ କରି ଫେରୁଥିବା ବେଳେ ୩ଜଣ ନାବାଳକ ମଠ ପଛପଟେ ଥିବା ଏକ ପୁରୁଣା କ୍ୟାବିନ୍ ଭାଙ୍ଗିବା ପାଇଁ ଉଦ୍ୟମ କରୁଥିବା ଦେଖିବାକୁ ପାଇଥିଲେ । ଏହାର ପ୍ରତିବାଦ କରିବାରୁ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଜିଆଇ ପାଇପ୍ରେ ଲାଗିଥିବା ସାଇକେଲ୍ କ୍ରାଙ୍କରେ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ତାଙ୍କ ବାମ ବାହୁରୁ ରକ୍ତ ଶ୍ରାବ ହୋଇଥିଲା । ସେହି ସମୟରେ ଏକ ସ୍ୱତନ୍ତ୍ର ପୁଲିସ ଦଳ ସେଠାରେ ପହଞ୍ଚି ତାଙ୍କୁ ଚିକିସôା ପାଇଁ ଜିଲ୍ଳା ସଦର ମହକୁମା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରିଥିଲେ । ଶ୍ରୀ ଦାସଙ୍କ ଲିଖିତ ଏତଲା କ୍ରମେ ପୁଲିସ ଏକ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତକୁ ଧରିବା ସହ ତା ଠାରୁ ଆକ୍ରମଣରେ ବ୍ୟବହୃତ ଜିଆଇ ପାଇପ୍ ଓ ସାଇକେଲ କ୍ରାଙ୍କ ଜବତ କରିଛି । ମୁଖ୍ୟ ଅଭିଯୁକ୍ତକୁ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହାଜର କରାଯାଇଥିବା ବେଳେ ଫେରାର ଥିବା ଅନ୍ୟ ୨ଜଣଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି । ସବ୍ ଇନ୍ସପେକ୍ଟର ଅମୀୟ ରଂଜନ ମହାପାତ୍ର ଏହି ମାମଲାର ତଦନ୍ତ କରୁଛନ୍ତି ।