ଗ୍ୟାସ୍ ଷ୍ଟକୟାର୍ଡ ପାଇଁ ଜମି ଅଧିଗ୍ରହଣ ଘଟଣା:   ଉଚ୍ଛେଦ ସରକାରୀ ଜମି ପୁନଃ ଜବରଦଖଲ

 ଜଟଣୀ: ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ୯ ନଂ ୱାର୍ଡର ଷଣ୍ଢପୁର ମୌଜାର ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଥିବା ସରକାରୀ ଜମି ପୁନଃ ଜବରଦଖଲ କରାଯାଇ ବାଲି ଗୋଡ଼ି ଡିପୋ ହେବା ସହ ବୋରିଂ ଖୋଳାରେ ଲାଗୁଥିବା ଟ୍ରକ୍ କାର୍ଯ୍ୟାଳୟ ପାଲଟିଥିବା ଅଭିଯୋଗ ହୋଇଛି । 
ଉଲ୍ଲେଖ ଯୋଗ୍ୟ ଯେ, ଉକ୍ତ ଜମିରେ ପ୍ରସ୍ତାବିତ ଗେଲ୍ ଇଣ୍ଡିଆ କମ୍ପାନୀର ଗ୍ୟାସ୍ ଷ୍ଟକୟାର୍ଡ ପାଇଁ ନିର୍ମାଣ ପୂର୍ବରୁ ୨୦୨୨ ମସିହା ଜାନୁଆରୀ ୩୦ ତାରିଖରେ ଜବର ଦଖଲରେ ଥିବା ସରକାରୀ ଜମିକୁ ତକôାଳୀନ ତହସିଲଦାରଙ୍କ ଉପସ୍ଥିତିରେ ଜବରଦଖଲ ମୁକ୍ତ କରାଯାଇ ସରକାରି ସ୍ତରରେ ଜମି ଅଧିଗ୍ରହଣ କରାଯାଇ ପାଚେରୀ ମଧ୍ୟ ନିର୍ମାଣ କରାଯାଇଥିଲା । ସେହି ସମୟରେ ଜମି ସମତୁଲ କରାଯାଉଥିବା ବେଳେ, କିଛି ସରକାରି ଜମି ବିକ୍ରି କରୁଥିବା ଦଲାଲଙ୍କୁ ଉସୁକାଇବାରେ ନିକଟରେ ସରକାରି ଜମିରେ ବେଆଇନ ଭାବେ ବସବାସ କରୁଥିବା ଶାସ୍ତ୍ରୀ ନଗର ଆଦର୍ଶ କଲୋନୀର ମହିଳା ଓ ଜନସାଧାରଣ ମାନେ ବିରୋଧ କରିଥିଲେ । ତେବେ ସରକାରୀ ନିଦେ୍ର୍ଦଶ ମୁତାବକ ଜିଲ୍ଲାପ୍ରଶାସନ ପକ୍ଷରୁ ଜବରଦଖଲରେ ପ୍ଳଟ ନଂ ୬୧୬ ଖାତା ନମ୍ବର ୩୩୨ ରେ ଥିବା ଅନ୍ୟ ଘର ଗୁଡିକୁ ଭାଙ୍ଗି ପ୍ରାୟ ଏକ ଏକର ସରକାରୀ ଜମି ଅଧିଗ୍ରହଣ କରାଯାଇଥିଲା । ବର୍ତ୍ତମାନ ପରିପ୍ରେକ୍ଷୀରେ ଆଶ୍ଚର୍ଯ୍ୟଚକିତ ଭାବେ ଏହି ଅଞ୍ଚଳରେ ବାଁଉଶ ବାଡ ଘେରା କରାଯାଇ ଧୀରେ ଧୀରେ ଜବରଦଖଲ ହେଉଥିବା ବେଳେ, ତହସିଲ ପ୍ରଶାସନ କିଭଳି ଜାଣିପାରୁନାହାନ୍ତି  ତାକୁ ନେଇ ପ୍ରଶ୍ନ ଉଠିଛି । ଏଥିପ୍ରତି ଜଟଣୀ ତହସିଲଦାର ଦୃଷ୍ଟି ଆକର୍ଷଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।