ଜଳ ବିବାଦ; ୭ବର୍ଷରେ କିଛି ହେଇନି : ଏଜି 

ଭୁବନେଶ୍ୱର : ଓଡିଶା ପାଇଁ ପକ୍ଷ ରଖିଲେ ଏଜି ପିତାମ୍ବର ଆଚାର୍ଯ୍ୟ । ଟ୍ରିବୁ୍ୟନାଲରେ ପକ୍ଷ ରଖିବା ପରେ ଏଜି ପିତାମ୍ବରଙ୍କ ପ୍ରତିକ୍ରିୟା । ଓଡିଶା-ଛତିଶଗଡ ମଧ୍ୟରେ ଆପୋଷ ବୁଝାମଣା ଚାଲିଥିବା ଜଣାଇଲୁ । ‘ଅକ୍ଟୋବର ୧୧’ ସୁଦ୍ଧା ବୁଝାମଣାର ଅଗ୍ରଗତି ଜଣାଇବାକୁ ଟ୍ରିବୁ୍ୟନାଲ୍ କହିଛନ୍ତି । କାଲି ରାଜ୍ୟର ସର୍ବୋଚ୍ଚ ଯନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ସମାଧାନ ପାଇଁ ଆଲୋଚନା ଜାରି ରହିଛି । ବିଗତ ସାତ ବର୍ଷରେ ପୂର୍ବ ସରକାର ସମାଧାନ ନେଇ କିଛି କରି ନାହାନ୍ତି । ର୍କାର ବଦଳିବା ପରେ ଆପୋଷ ବୁଝାମଣା ପାଇଁ ଚେଷ୍ଟା ଚାଲିଛି । କୌଣସି ଜଳ ବିବାଦର ସମାଧାନ ଟ୍ରିବୁ୍ୟନାଲରେ ହୋଇନାହିଁ ।  ଯଦି ସମାଧାନ ନହୁଏ ପ୍ରକଳ୍ପ ପାଇଁ ସିଡବଲୁ୍ୟସଙ୍କ ସ୍ୱୀକୃତି ମିଳିବ ନାହିଁ ।