ଜିଲ୍ଲାପାଳଙ୍କ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା
ମାଲକାନଗିରି: ମାଲକାନଗିରି ପୌରପରିଷଦର ସୌନ୍ଦର୍ଯ୍ୟକରଣ ନିମନ୍ତେ ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲାପାଳ । ସେଥି ନିମନ୍ତେ ଆଜି ମାଲକାନଗିରି ପୌରପରିଷଦ ଅନ୍ତର୍ଗତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ । ପୌରପରିଷଦ ଅଧୀନରେ ଥିବା ଆଦର୍ଶ ଶ୍ମଶାନ, ନୂତନ ଭାବେ ଲୋକାର୍ପଣ ହୋଇଥିବା ବହୁମୁଖୀ ହଲ୍, ପ୍ରଧାନୀଗୁଡ଼ା ଠାରେ ଥିବା ପୋଖରୀ ଓ ଫିକଲ୍ ସ୍ଲଡଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ବୁଲି ଦେଖିବା ସହ ପ୍ରକଳ୍ପ ଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉଛି ନା ନାହିଁ ତଦାରଖ କରିଥିଲେ । ଏଥିରେ ଆବଶ୍ୟକ ଥିବା ସମସ୍ତ ପ୍ରକଳ୍ପ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ପୌରପାଳିକା ଅଧିକାରୀଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ଏହି ପରିଦର୍ଶନରେ ପୌରପରିଷଦ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ନାୟକ, ପୌରପରିଷଦ ଯନ୍ତ୍ରୀ ଇନ୍ଦୁ ମାଧବ ସରକାର, ପୌରପରିଷଦ କନିଷ୍ଠ ଯନ୍ତ୍ରୀ ପଦ୍ମନାଭ ବେଟି, ମାଲକାନଗିରି ବ୍ଲକ୍ ସହାୟକ ଯନ୍ତ୍ରୀ ଅଭିଜିତ ସେଠୀ, ଯନ୍ତ୍ରୀ ସରୋଜ ସାମନ୍ତରାୟ, ରାସ୍ତା ଓ କୋଠାବାଡ଼ି-୧ ନିର୍ବାହୀ ଯନ୍ତ୍ରୀ ସୁଜାତା ଦିଶାରି ଏବଂ ମାଲକାନଗିରି ସିଡିପିଓ ପ୍ରମୁଖ ଉପସ୍ଥିତ ଥିଲେ ।