ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ୨ ଗିରଫ

ବାରଙ୍ଗ :  ବାରଙ୍ଗ ଥାନା ଅନ୍ତର୍ଗତ  ଗୋଡ଼ିସାହି ଫାଣ୍ଡି  ଅଧିନସ୍ତ ଅରିଲୋ ସାଧବଣୀପୁର ଗ୍ରାମରେ ଗତ ରବିବାର ଗଣେସ ଭସାଣୀ ଉତ୍ସବ ଚାଲିଥିବା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ପ୍ରକାଶ ଯେ, ପ୍ରଭୋଦ ବେହେରା ଗଣେଷ ଭସାଣୀ ଉତ୍ସବ ଗାଁ ଦାଣ୍ଡରେ ଦେଖୁଥିବା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୋମନାଥ ଦେଉରି, ନାଲୁ ବେହେରା ହାତରେ ପିନ୍ଧିଥିବ କଙ୍ଗଣ ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ ।  ଯାହାଫଳରେ ପ୍ରଭୋଦ ଗୁରୁତର ହୋଇ ପଡିଥିଲେ । ଏବଂ ତାଙ୍କ ମୁଣ୍ଡ ଫାଟିଥିବା ଅଭିଯୋଗ କାରି ଗୋଡ଼ିସାହି ଫାଣ୍ଡି ଲିଖିତ ଅଭିଯୋଗ କରିଥିଲେ । ଗୋଡ଼ିସାହି ଫଣ୍ଡୀ ଅଧିକାରୀ ସୋମ୍ୟଶ୍ରୀ ଆଶୁତୋଷ ପାଣି  ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି ବାରଙ୍ଗ ଥାନାକୁ ପଠାଇଥିବାବେଳେ ବାରଙ୍ଗ ଥାନା ଅଧିକାରୀ ଦେବେନ୍ଦ୍ର କୁମାର ବିଶ୍ୱାଳ କୋର୍ଟଚାଲାଣ ଚାଲାଣ କରିଛନ୍ତି ।