୪ ଏନ୍‌ଏସ୍‌ଏସ୍‌ ଛାତ୍ରୀଛାତ୍ରଙ୍କ ଆସାମ ଗସ୍ତ

ଭବାନୀପାଟଣା:  କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ବ୍ୟୁରୋ ପକ୍ଷରୁ ୪ ଜଣ ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀ ପୂର୍ବାଞ୍ଚଳ ପ୍ରି ଆର୍‌ ଡି ପରେଡ ଚୟନ ଶିବିରରେ ଅଂଶ ଗ୍ରହଣ କରିବା ପାଇଁ ମଙ୍ଗଳବାର ଆସାମ ଗସ୍ତ କରିଛନ୍ତି। ଏଥିରେ ବିଶ୍ୱବିଦ୍ୟାଳୟର ବିଶ୍ୱଜିତ ବିଶି, କେସିଙ୍ଗା ମହାବିଦ୍ୟାଳୟରୁ ଖୁସ କୁମାର ମହାନନ୍ଦ, କୋକସରା ପଞ୍ଚାୟତ ସମିତି କଲେଜର ରିଶ୍ମା ବାରିକ ଓ ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟର ଶିବାନୀ ବାଗ ପ୍ରମୁଖ ରହିଛନ୍ତି। ଆସନ୍ତା ୭ରୁ ୧୬ ତାରିଖ ପର୍ଯ୍ୟନ୍ତ ଆସାମର ଗୌହାଟୀ ବିଶ୍ୱବିଦ୍ୟାଳୟଠାରେ ଉତ୍ତର ପୂର୍ବାଞ୍ଚଳର ମୋଟ ଦଶଗୋଟି ରାଜ୍ୟର ୨ଶହ ସ୍ବେଚ୍ଛାସେବୀଙ୍କୁ ନେଇ ଏହି ଆନ୍ତଃରାଜ୍ୟ ସ୍ତରୀୟ ଶିବିର ଅନୁଷ୍ଠିତ ହେବ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥ, କୁଳସଚିବ ପିତାମ୍ବର ଭୋଇ, ଉପକୁଳ ସଚିବ ମେଜର ଡ. ଜୟଦେବ ସାହୁ, ଏନ୍‌ଏସ୍‌ଏସ୍‌ ବ୍ୟୁରୋ କାର୍ଯ୍ୟକ୍ରମ ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ ପ୍ରମୁଖ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପକ୍ଷରେ, ଏହା ପୂର୍ବରୁ ରାଜ୍ୟସ୍ତରୀୟ ପ୍ରି ଆର୍‌ ଡି ପରେଡ ଚୟନ ଶିବିର ରାଉରକେଲାର ମ୍ୟୁନିସିପାଲ କଲେଜରେ ହୋଇଥିଲା। ଏଥିରେ ମୋଟ ୨ ଶହ ଛାତ୍ରୀଛାତ୍ର ଯୋଗଦାନ କରିଥିବା ବେଳେ ସେଥିମଧ୍ୟରୁ ୫୨ ଜଣ ଆସାମଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତଃ ରାଜ୍ୟ ସ୍ତରୀୟ ଶିବିର ପାଇଁ ଚୟନ ହୋଇଥିଲେ।