ବଡ଼ ଖବର: ସିଗନାଲ ମାନିନଥିବାରୁ ଘଟିଛି ଟ୍ରେନ ଦୁର୍ଘଟଣା
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଦାର୍ଜିଲିଂ ଟ୍ରେନ ଦୁର୍ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏହି ଦୁର୍ଘଟଣା ସମ୍ପୂର୍ଣ୍ଣ ମାନବୀୟ ତ୍ରୁଟିରୁ ଘଟିଛି ।
ଏନେଇ ରେଲୱେ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଜୟାବର୍ମା ସିହ୍ନା କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ମାନବୀୟ ତ୍ରୁଟିରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସିଗନାଲ ମାନିନଥିବାରୁ ଟ୍ରେନ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ତେବେ ଉଦ୍ଧାର କାର୍ଯ୍ୟ ସରିଛି । ଦୁର୍ଘଟଣା ମୋଟ ୮ ଜଣଙ୍କ ମୃତୁ୍ୟ ହୋଇଥିବା ୨୫ ଜଣ ଆହତ ହୋଇଥିବା ରେଲୱେ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଜୟାବର୍ମା ସିହ୍ନା କହିଛନ୍ତି । ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ଦାର୍ଜିଲିଂ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।ଓଡ଼ିଆ ସ୍ପଷ୍ଟ ନୁ୍ୟଜ ଦୁର୍ଘଟଣାରେ ଏବେ ସୁଦ୍ଧା ମୋଟ ୮ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ମୃତକଙ୍କ ପରିବାର ଲୋକଙ୍କ ପାଇଁ ୨ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ଘୋଷଣା କରାଯାଇଛି । ସେହିପରି ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ତେବେ ଏହାରି ଭିତରେ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ସେଗୁଡ଼ିକ ହେଉଛି ୦୩୩-୨୩୫୦୮୭୯୪,୦୩୩-୨୩୮୩୩୩୨୬, ୦୩୬୧୨୭୩୧୬୨୧,୦୩୬୧୨୭୩୧୬୨୨, ୦୩୬୧୨୭୩୧୬୨୩, ୦୩୬୭୪୨୬୩୯୫୮,୦୩୬୭୪୨୬୩୮୩୧,୦୩୬୭୪୨୬୩୧୨୦ । ତେବେ ଏହି ଟ୍ରେନ ଦୁର୍ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିସହିତ ସେ କହିଛନ୍ତି ଯେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡିଆରଏଫ, ଏସଡିଆରଏଫ ଓ ରେଳବାଇର ସମନ୍ୱୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବରିଷ୍ଠ ଅଧିକାରୀଙ୍କୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଛି ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।