ଜରୁରୀସ୍ଥିତି ଅସାମ୍ବିଧାନିକ ଥିଲା:ରାଷ୍ଟ୍ରପତି

ନୂଆଦିଲ୍ଲୀ:ଆଜି ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ ଜରୁରୀସ୍ଥିତି ଅସାମ୍ବିଧାନିକ ଥିଲା ବୋଲି କହିଛନ୍ତି । ୧୯୭୫ ମସିହାରେ ଲାଗୁକରାଯାଇଥିବା ଜରୁରୀସ୍ଥିତି ଅସାମ୍ବିଧାନିକ ଥିଲା । ସମ୍ବିଧାନ ପ୍ରତି ବିପଦ ଆସିଥିଲା । ତାହା ଇତିହାସରେ କଳା ଅଧ୍ୟାୟ ଥିଲା । ଜରୁରୀ ସ୍ଥିତି ଲାଗୁ କରାଯାଇ ସାରାଦେଶରେ ଭୟ ସୃଷ୍ଟି କରାଯାଇଥିଲା । ତେବେ ଆମ ସରକାର ସମ୍ବିଧାନର ସୁରକ୍ଷା ପାଇଁ ବଦ୍ଧ ପରିକର ବୋଲି ରାଷ୍ଟ୍ରପତି କହିଛନ୍ତି । 

ଏହି ଅବସରରେ ସେ କ’ଣ ସବୁ କହିଛନ୍ତି ସଂକ୍ଷେପରେ ଜାଣନ୍ତୁ


-ଏଥର କାଶ୍ମୀର ଘାଟିରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି
-ଚାରିଦଶକରୁ ଏଠାରେ ଭୋଟିଂ ପ୍ରତିଶତ କମ ହେଉଥିଲା
-ଦେଶରେ ପୁଣି ଥରେ ସ୍ଥିର ଓ ବହୁମତ ସରକାର ଗଠନ ହୋଇଛି
-ମୋ ସରକାର ଉପରେ ଲୋକେ ତୃତୀୟ
 ଥର ଭରସା କଲେ
-ଲୋକେ ଜାଣିଛନ୍ତି ସେମାନଙ୍କ ଆକାଂକ୍ଷା ମୋ ସରକାର ପୂରଣ କରିପାରିବ
-୧୦ ବର୍ଷର ସୁଶାସନ ଉପରେ ଏହା ଲୋକଙ୍କ ମୋହର
- ରାଜ୍ୟର ବିକାଶରେ ଦେଶର ବିକାଶ, ଏହି ବିଶ୍ୱାସରେ ଆଗକୁ ବଢିବା
-ଅର୍ଥନୀତିରେ ଦେଶ ବିଶ୍ୱର ପଞ୍ଚମସ୍ଥାନକୁ ଉନ୍ନୀତ ହୋଇଛି
-ଏବେ ତୃତୀୟସ୍ଥାନରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି
-ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ମୋ ସରକାର ଗୁରୁତ୍ୱ ଦେଇଛି
-ଆଗାମୀ ବଜେଟ ଐତିହାସିକ ପଦକ୍ଷେପ ଦେଖିବାକୁ ମିଳିବ
-ମୋ ସରକାର ଆରମ୍ଭରୁ ଏମଏସପି ବୃଦ୍ଧି କରିଛନ୍ତି
-ଚାଷୀଙ୍କ ଖାତାକୁ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି

-ବିଶ୍ୱବନ୍ଧୁ ହୋଇ ଭାରତ ବିଶ୍ୱର ଅନେକ ସମସ୍ୟାର ସମାଧାନ କରୁଛି
-ସୁସ୍ଥ ଭାରତ ନିର୍ମାଣରେ ଭାରତ ସହଯୋଗ କରୁଛି
-ଯୋଗ ଆଜି ସମଗ୍ର ବିଶ୍ୱରେ ପହଞ୍ଚିଛି
-ଗ୍ରାମାଞ୍ଚଳରେ ଆଜି ୩ଲକ୍ଷ କିମିରୁ ଅଧିକ ରାସ୍ତା ନିର୍ମାଣ ହୋଇଛି
-ନର୍ଥ ଇଷ୍ଟରେ ସ୍ଥାୟୀ ଶାନ୍ତି ପାଇଁ ମୋ ସରକାର ଉଦ୍ୟମ କରୁଛି

-୧୦ ବର୍ଷରେ ୨୧ ସହରରେ ମେଟ୍ରୋ ପହଞ୍ଚିଛି
-ପବ୍ଲିକ ଟ୍ରାନ୍ସପୋର୍ଟରେ କ୍ରାନ୍ତିକାରୀ ପରିବର୍ତ୍ତନ ଆସିଛି
-ଉତ୍ତର-ଦକ୍ଷିଣ ଭାରତରେ ବୁଲେଟ ଟ୍ରେନ ଚଳାଚଳ କରିବ
-୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ବ୍ୟାପକ ଅଭିଯାନ
-ବିଜୁଳି ବିଲ ଜିରୋ କରିବାକୁ ଯୋଜନା ଆସିଛି

-୨୫କୋଟି ଭାରତୀୟ ଗରିବୀରୁ ମୁକ୍ତ ହୋଇଛନ୍ତି
-ମହିଳାଙ୍କୁ ଡ୍ରୋନ ପାଇଲଟ କରିବାକୁ ଉଦ୍ୟମ କରାଯାଉଛି

-ଆୟୁଷ୍ମାନ ଯୋଜନାର ଲାଭ ୭୫ ବର୍ଷରୁ ଅଧିକ ଲୋକଙ୍କୁ ବି ମିଳିବ
-୧୦ ବର୍ଷରେ ଅନେକ ସଂସ୍କାର ହୋଇଛି, ଦେଶବାସୀ ଉପକୃତ ହେଉଛନ୍ତି
-ଏପ୍ରିଲରେ ଜିଏସଟିରୁ ୨ ଲକ୍ଷ କୋଟି ଆଦାୟ ହୋଇଛି
-ଏହା ଦ୍ୱାରା ରାଜ୍ୟର ବିକାଶ ଦୃତ ଗତିରେ ହୋଇପାରିବ
-ପ୍ରତିରକ୍ଷାକ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି
-ୟୁପି ଓ ତାମିଲନାଡ଼ୁରେ ୨ ଟି ଡିଫେନ୍ସ କୋରିଡର ହେଉଛି
-ସେନାର ଆଧୁନିକତା ଉପରେ ଜୋର ଦିଆଯାଉଛି

-ପେପର ଲିକର ନିରପେକ୍ଷ ଯାଞ୍ଚ ହେବ
-ନିରପେକ୍ଷ ଯାଞ୍ଚ ପାଇଁ ଆମେ ସରକାର ପ୍ରତିଶ୍ରୁତିବଦ୍ଧ
-ବିଭିନ୍ନ ରାଜ୍ୟରେ ବି ପେପର ଲିକ ଖବର ସାମନା ଆସିଛି
-ଦଳୀୟ ରାଜନୀତିରୁ ଊଦ୍ଧ୍ୱର୍ରେ ରହି ପଦକ୍ଷେପ ନେବା ଉଚିତ
-ପରୀକ୍ଷା ପରିଚାଳନାରେ ଜଡ଼ିତ ସଂସ୍ଥାରେ ସଂସ୍କାର ପାଇଁ ଉଦ୍ୟମ କରାଯାଉଛି
-ପେପର ଲିକ ରୋକିବାକୁ ଆମ ସରକାର କଡ଼ା ଆଇନ ଆଣିଛନ୍ତି