ପ୍ରଧାନମନ୍ତ୍ରୀଙ୍କୁ ପ୍ରଦୀପଙ୍କ ଚିଠି ମୁଁ ନିଜକୁ ଅସୁରକ୍ଷିତ ମଣୁଛି, ମତେ ସୁରକ୍ଷା ଦିଅନ୍ତୁ 

ବ୍ରହ୍ମପୁର: ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସୁରକ୍ଷା ମାଗିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମୋ ଜୀବନ ପ୍ରତି ବିପଦ ରହିଛ. ମୁଁ ନିଜକୁ ଅସୁରକ୍ଷିତ ମଣୁଛି । ମତେ ଏଥିପାଇଁ ସୁରକ୍ଷା ଯୋଗାଇ ଦିଅନ୍ତୁ । ଗଞ୍ଜାମରେ ନିର୍ବାଚନୀ ସମୟରେ ହିଂସା ଦିନକୁ ଦିନ ବଢିବାରେ ଲାଗିଛି । ଏଭଳି ସମୟରେ ପ୍ରଦୀପ ନିଜକୁ ଅସୁରକ୍ଷିତ ମଣୁଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ଗିରଫ ହୋଇଛନ୍ତି । ବ୍ରହ୍ମପୁର ବିଧାନସଭା ଆସନର ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ପ୍ରଦୀପଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଭୋଟିଂ ବେଳେ ପ୍ରଦୀପ ପାଣିଗ୍ରାହୀଙ୍କୁ ଶିବଶଙ୍କର ଦାସ ଆକ୍ରମଣ କରିଥିଲେ । ପ୍ରଦୀପଙ୍କ ବେକ ଓ ଛାତିରେ ଆଘାତ ଲାଗିଥିବାବେଳେ ସେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତିି ହୋଇଛନ୍ତି ।