ବସ୍ ତଳକୁ ଖସି ଛାତ୍ରଙ୍କ ମୃତୁ୍ୟ କ୍ଷତିପୂରଣ ଦାବିରେ ରାସ୍ତାରୋକ

 ହିଞ୍ଜିିଳିକାଟୁ: ମଙ୍ଗଳବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲା ହିଞ୍ଜିିଳି ଥାନା ଓ ୩୬ନଂ ରାଜ୍ୟ ରାଜପଥ ରାଳବ ଛକ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସରୁ ତଳକୁ ଖସିପଡି ଜୈନିକ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି  । ମୃତକ ଜଣଙ୍କ ହେଲେ ବେଲଗାଁ ଥାନା ପୁଟିଅପଦର ଗ୍ରାମର ରାହୁଲ ନାୟକ (୧୮)  । କ୍ଷତିପୁରଣ ଦାବିରେ ଉତ୍ୟକ୍ତ ଗ୍ରାମବାସୀ ମୃତଦେହକୁ ରାସ୍ତାରେ ରଖିବା ସହ ଟାୟାର ଜାଳି ୩୬ନଂ ରାଜ୍ୟ ରାଜପଥ ହିଞ୍ଜିିଳିକାଟୁ ଓ ତରାତାରିଣୀ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ପୁଲିସ ପ୍ରଶାସନ, ଜନ ପ୍ରତିନିଧି ପ୍ରମୁଖ ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ୩ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ ପରେ ରାସ୍ତାରୋକ ହଟିଥିଲା । ଏ ନେଇ ହିିଞ୍ଜିଳି ଥାନାରେ ଏକ ମାଲା ରୁଜୁ କରି ପୁଲିସ ଦୁର୍ଘଟଣାଗ୍ରସ୍ତ ବସ ଓ ମୃତଦେହକୁ ଜବତ କରିଛି ।  ବ୍ୟବଛେଦ ସକାଶେ ମୃତଦେହକୁ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି  । ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ବସ ·ଳକ ଓ କର୍ମ·ରୀ ମାନେ ଫେରାର ହୋଇ ଯାଇଥିଲେ । 
 ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନରେ ରାହୁଲ ହିିଳିକାଟୁରୁ ଟିୟୁସନ ସାରି ହିିଞ୍ଜିଳିକାଟୁ ଠାରୁ ତରାତାରିଣୀ ଅଭିମୁଖେ ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ (ଓଡି୦୭କ୍ୟୁ  ୬୧୭୭) ଯୋଗେ ପୁଟିଅପଦର ଗ୍ରାମକୁ ଯାଉଥିଲେ । ରାଳବ ଛକ ନିକଟରେ କୌଣସି କଥାକୁ କେନ୍ଦ୍ର କରି ବସ୍ କଣ୍ଡକ୍ଟର ସହ ଯୁକ୍ତିତର୍କ ହୋଇ ବସରୁ ତଳକୁ ଖସି ପଡିଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣାକୁ କେନ୍ଦ୍ର କରି ଉଭୟ ରାଳବ ଓ ପୁଟିଅପଦର ଗ୍ରାମର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଟାୟାର ଜାଳି ରାସ୍ତାରୋକ କରିଥିଲେ । ଫଳରେ ରାସ୍ତା ଅବରୋଧ ହେବା ସହ ହିଞ୍ଜିିଳିକାଟୁ- ତରାତାରିଣୀ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା । ଉତ୍ୟକ୍ତ ଲୋକେ ଦୁର୍ଘଟରାଗ୍ରସ୍ତ ଯାତ୍ରୀବାହୀ ବସକୁ ପଥର ମାରି ଭଙ୍ଗାରୁଜା କରିଥିଲେ । ଖବର ପାଇ ହିଞ୍ଜିିଳି ଓ ବେଲଗାଁ ପୁଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଊତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଦୀର୍ଘ ୪ ଘଣ୍ଟା ଧରି ୩୬ ନଂ ରାଜ୍ୟ ରାଜପଥ ଅବରୋଧ ରହିଥିଲା । ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରନ ଦେଓ, ରାଳବ, ପୁଟିଆପଦର, ନନ୍ଦିକ ଗ୍ରାମର ସରପଞ୍ଚ, ସମିତିସଭ୍ୟ ଓ ପୁଲିସ ପ୍ରଶାସନ ମିଳିତ ଭାବେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୁରଣ ବାଦରେ ୩ଲକ୍ଷ ଟଙ୍କା ପ୍ରଦାନ କରାଯିବା ପରେ ରାସ୍ତାରୋକ ହଟିଥିଲା ।