କୋଟିଏ ରୁଦ୍ରାକ୍ଷରେ ବିଗ୍ରହ, ଲକ୍ଷେ ବେଲପତ୍ର ଅର୍ପଣ

କୋଟିଏ ରୁଦ୍ରାକ୍ଷରେ ବିଗ୍ରହ, ଲକ୍ଷେ ବେଲପତ୍ର ଅର୍ପଣ

ଆସିକା: ବେଲପତ୍ର ଉପରେ ହନୁମାନ ସିନ୍ଦୁରରେ ତୁଳସୀ କାଠି ସାହାଯ୍ୟରେ ଏକ ଲକ୍ଷ ରାମନାମ ଲେଖା ପତ୍ରକୁ ପ୍ରଭୁ ହନୁମାନଙ୍କୁ ଅର୍ପଣ କରାଯାଇଥିଲା । ଏପରିକି ୧୦୮ ଥର ଗାୟତ୍ରୀ ପାଠ ଓ ୨୧ଥର ହନୁମାନ ·ଳିଶା ଭକ୍ତମାନେ ପଠନ କରିଥିଲେ । ·ଲିଥିଲା ନିଆରା ଢଙ୍ଗରେ ପୂଜା । ହେନୁମାନ ଜୟନ୍ତୀ ପାଇଁ ସଂଗୃହିତ ହୋଇଥିଲା କୋଟିଏ ରୁଦ୍ରାକ୍ଷ । ଏହି ରୁଦ୍ରାକ୍ଷକୁ ସଂଗ୍ରହ କରାହୋଇଛି ନେପାଳ, ହୃଷିକେଶ ଓ ହରିଦ୍ୱାର ଅଂଚଳରୁ ଦେଶର କୋଣ ଅନୁକୋଣରେ ଥିବା ସାଧକଙ୍କ ଦ୍ୱାରା ଭିନ୍ନ ଭିନ୍ନ ଭାଷାରେ ଲେଖିଥିବା ରାମନାମ ପତ୍ରିକା  । ଯାହାକି ନାମ ମନ୍ଦିର ନିର୍ମାଣ ଉଦେ୍ଧଶ୍ୟରେ ଆସିଥିବାରୁ ଏସବୁକୁ ପୂଜା କରାଯାଇଛି । ଯାହାସବୁ ଗଛିତ ହୋଇଛି ଏବେ ଗୁରୁକୃପା ଆଶ୍ରମରେ ।  ଆସିକା ବାଣୀବିହାର ସ୍ଥିତ ଗୁରୁକୃପା ଆଶ୍ରମରେ ହନୁମାନ ଜୟନ୍ତୀ ଅବସରରେ ଏଠାରେ ନଅ ଶହ କୋଟି ଗଛିତନାମ ପତ୍ରିକାକୁ ପୂଜା ହୋଇଛି । ଆଶ୍ରମ ପ୍ରତିଷ୍ଠାତା ସଦଗୁରୁ  ଆତ୍ମାରାମ ମହାରାଜଙ୍କ ନିଦେ୍ର୍ଧଶରେ ଉଦେ୍ଧଶ୍ୟ  ରହିଛି ।  ଭକ୍ତ ଶ୍ରେଷ୍ଠ ହନୁମାନଙ୍କ ପ୍ରତି ଅଗାଧ ଭଲ ପାଇବାର ନିଦେ୍ର୍ଦଶନା । ଏହାର ଗୃଢ କଥା ହେଲା ଭଗବାନଙ୍କ ସାନିଧ୍ୟ ନିମନ୍ତେ ଜପ, ତପ ଓ ଧ୍ୟାନର ପନ୍ଥା ସାଧୁସନ୍ଥମାନେ ଆରମ୍ଭ କରିଥିଲେ । ମନୁଷ୍ୟର ମନ ଏଥିରୁ ବିଚୁ୍ୟତ ହେବାରୁ ରାମନାମକୁ ଲେଖା ମାଧ୍ୟମରେ ପ୍ରକାଶ କରି ସଂଯମତାର ମନ୍ତ୍ର ଶିକ୍ଷା ଦେଇଥିଲେ । 
ମଧ୍ୟପ୍ରଦେଶର ସତାନାର ମାନସଂଘ ସ୍ଥିତ ରାମବନରେ ୧୫୦ କୋଟି ସ୍ଥାପନ ହୋଇ ତିଆରି ହୋଇଛି  । କଲିକତାରେ ହରିନାମ ସଂକୀର୍ତ୍ତନ ଭବନରେ ମଧ୍ୟ ରାମ ପତ୍ରିକା ପୂଜା ପାଉଛି । ନେପାଳ ପଶୁପତିଙ୍କ ନିକଟରେ ଅଛି ନାମ ପତ୍ରିକା । ଦକ୍ଷିଣ ଆଫ୍ରିକା ଓ ନାଇରୋବିର କେତେକ ସ୍ଥାନରେ ୧୨୫ କୋଟି ନାମ ପତ୍ରିକା ସଂଗୃହିତ ହୋଇ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଆସିକା ଗୁରୁକୃପା ଆଶ୍ରମରେ ପୃଥିବୀର ସର୍ବାଧିକ  ୯ଶହ କୋଟି ନାମ ସଂଗୃହିତ ହୋଇ ଗଚ୍ଛିତ କରାଯାଇଛି ।
 ତୁଳସୀ କାଠି ଦ୍ୱାରା ହନୁମାନ ମନ୍ଦିରକୁ ବେଲପତ୍ର ଉପରେ ରାମନାମ ଲେଖି ହନୁମାନଙ୍କୁ ଅର୍ପଣ କରନ୍ତି । ହନୁମାନ ଜୟନ୍ତୀ ପାଳନ କରିଥିଲେ । ଏହି ଅବସରରେ ଏକ କୋଟି ରୁଦ୍ରାକ୍ଷରେ ବିଗ୍ରହ ସ୍ଥାପନ ଓ ୯ଶହ କୋଟି ନାମ ଉନ୍ମୋଚନ  ଲକ୍ଷେ ବେଲପତ୍ର ଅର୍ପଣ ସମସ୍ତ ଭକ୍ତ ବୃନ୍ଦକୁ ବିଭଳିତ କରିଥିବାରୁ ଅଞ୍ଚଳ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା ।