୪ଟା ଯାଏଁ ଗୃହ ମୁଲତବୀ

୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭାରେ ପୁଣି ବିରୋଧୀ ହଟ୍ଟଗୋଳ କରିଛନ୍ତି । ଯାହା ଫଳରେ ବାଚସ୍ପତି ଗୃହ କାର୍ଯ୍ୟକୁ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ବିଜେଡି ଚିକିଟି ମଦମୃତୁ୍ୟର ଆରଡିସିସ୍ତରୀୟ ତଦନ୍ତ ଦାବି କରୁଥିବାବେଳେ  କଂଗ୍ରେସ ଜନଜାତିଙ୍କ ସୁରକ୍ଷା ଦାବି କରି ଗୃହରେ ହଟ୍ଟଗୋଳ କରିଛି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ କଂଗ୍ରେସ ଓ ବିଜେଡି ନାରାବାଜି କରିଥିଲେ । ଫଳରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ୧୧.୩୦ ଯାଏ ମୁଲତବୀ ଘୋଷଣା କରିଥିଲେ । ୧୧.୩୦ ପରେ ଗୃହ କାର୍ଯ୍ୟ ପୁଣି ଆରମ୍ଭ ହୋଇଥିଲା । ହେଲେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକମାନେ ଉପରୋକ୍ତ ଦାବି ନେଇ ହୋହାଲ୍ଲା କରିଥିଲେ । ଯାହା ଫଳରେ ବାଚସ୍ପତି ଗୃହ କାର୍ଯ୍ୟକୁ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

ଆଜି ଗୃହ କାର୍ୟ୍ୟ ଆରମ୍ଭ ହେବା ମାତ୍ରେ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଗଞ୍ଜାମ ମଦମୃତ୍ୟୁ ପ୍ରସଙ୍ଗରେ ସରକାରକୁ ଘେରିଛନ୍ତି । ଗୃହରେ ନାରାବାଜୀ ଓ ହୋହାଲ୍ଲା କରିଛନ୍ତି ବିରୋଧୀ । ଫଳରେ ବାଚସ୍ପତି ସୁରମା ପାଢୀ ଗୃହକୁ ପୂର୍ବାହ୍ନ ୧୧.୩୦ ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।
ଗତକାଲିଠାରୁ ଆରମ୍ଭ ହୋଇଛି ବଜେଟ ଅଧିବେଶନର ଦ୍ବିତୀୟ ପର୍ୟ୍ୟାୟ । ଗତକାଲି ପ୍ରଥମ କାର୍ୟ୍ୟଦିବସରେ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।