ବିଜେଡି ଲିଙ୍କ୍‌ରେ ଚାଲିଥିଲା ମଦ କାରବାର:ବିଜେପି

ବିଜେଡି ଲିଙ୍କ୍‌ରେ ଚାଲିଥିଲା ମଦ କାରବାର:ବିଜେପି

ଭୁବନେଶ୍ୱର: ଗଞ୍ଜାମ ଜିଲାରେ ମଦ ବିଭୀଷିକା ଦେଖିବାକୁ ମିଳିଛି। ଚିକିଟି ଏନଏସି କେ ନୂଆଗାଁ ଥାନା ମାଉନ୍ଦପୁର ଗ୍ରାମରେ ଦେଶୀ ମଦ ପିଇ ୨୩ ଜଣ ଗୁରୁତର ହୋଇଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଗୁରୁତରଙ୍କ ମୃତ ଘଟିଛି। ତେବେ ଏହି ଘଟଣାରେ ବିଜେଡିକୁ ଟାଣିଲେ ସ୍ଥାନୀୟ ବିଜେପି ବିଧାୟକ। ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି, ବର୍ଷବର୍ଷ ଧରି ବିଜେଡି ଲିଙ୍କ୍‌ରେ ଏହି ମଦ କାରବାର ଚାଲିଥିଲା। ମଦ ପିଇ ଅସୁସ୍ଥ ହୋଇଥିବା ବ୍ୟକ୍ତି ଏ କଥା କହିଥିବା ସେ କହିଛନ୍ତି। କେବଳ ରାଜନୀତି ପାଇଁ ବିଜେଡି ପ୍ରସଙ୍ଗ ଉଠାଉଛି। ତଦନ୍ତ ହେଲେ ଜଣାପଡ଼ିବ ଏଥିରେ କେଉଁ ମାନଙ୍କ ସମ୍ପୃକ୍ତି ରହିଛି। ସରକାରଙ୍କୁ ବଦନାମ କରିବାକୁ ଏହା ବିଜେଡିର ଚକ୍ରାନ୍ତ ବୋଲି ବିଧାୟକ  ମନୋରଞ୍ଜନ ଦ୍ୟାନ ସାମନ୍ତରାୟ କହିଛନ୍ତି।