ରଥଖଳା ଚଳଚଞ୍ଚଳ : ୩୫ ଚକ ନିର୍ମାଣ ଶେଷ

 ପୁରୀ : ଆସନ୍ତା ଜୁନ୍ ମାସ ୨୭ ତାରିଖ ଦିନ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ । ଚତୁର୍ଦ୍ଧାମୂର୍ତ୍ତି ତିନି ରଥରେ ବିରାଜମାନ କରି ଗୁଣ୍ଡିଚା ମନ୍ଦିରକୁ ନବଦିନ ଯାତ୍ରାରେ ଯିବେ । ତିନି ରଥର ନିର୍ମାଣ କାର୍ଯ୍ୟ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି । ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଦ୍ୱାବିଂଶ ତମ ଦିବସରେ ପହଞ୍ଚôଛି ।  ୭୭ଜଣ ମହାରଣା ସେବକ, ୭୬ଜଣ ରଥ ଭୋଇ, ୪ଜଣ କରତି ସେବକ, ୨୦ଜଣ କମାର ସେବକ, ୨୦ଜଣ ରୂପକାର ସେବକ, ୨ଜଣ ତୁମ୍ବ ବିନ୍ଧ କାରିଗର, ୨ଜଣ ପାହି ମହାରଣା ଓ ଜଣେ ରଥ ଖଳା ସହାୟକଙ୍କୁ ମିଶାଇ ୨୦୨ଜଣ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଶୁକ୍ରବାର ସୁଦ୍ଧା ତିନି ରଥର ୪୨ ଗୋଟି ଚକ ମଧ୍ୟରୁ   ୩୫ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ୩ରଥର ୧୨ ଗୋଟି ଲେଖାଏଁ ଭୂଇଁ ଚଉତା କାଠରୁ ୮ଟି ଲେଖାଏଁ ଭୁଇଁ ଚଉତାର ଚଉପଟ କାର୍ଯ୍ୟ ଶେଷ ହୋଇଛି । ଆଜି ସୁଦ୍ଧା ତିନି ରଥର ଚାରିଗୋଟି ଲେଖାଏଁ ମୁହାଁଟ ଏବଂ ଚାରିଗୋଟି ଲେଖାଏଁ ନୀରାଡ଼ି କାଠର ଚଉପଟ କାର୍ଯ୍ୟ ଶେଷ ହୋଇ ଦୁଇ ମୁଖ ବିନ୍ଧ ପାଇଁ ମାପ ଗାରିଆ ଶେଷ ହୋଇଛି । ତିନି ରଥର ଅଖ ନିର୍ମାଣ ପାଇଁ ଦ୍ୱିତୀୟ ଦଫାରେ ରଥ ଅମିନ ତିନି ରଥ ବାହାର ଚାଳିକୁ ଦୁଇଟି ଲେଖାଏଁ ୪୦ଫୁଟିଆ ଧଉରା କାଠ ଯୋଗାଇଛନ୍ତି । ରଥ ଅମିନ ତିନି ରଥର ଯୋକା ନିର୍ମାଣ ପାଇଁ ପ୍ରତି ରଥ ଚାଳିକୁ ଚାରିଗୋଟି ଲେଖାଏଁ ୧୨ଫୁଟିଆ ଧଉରା କାଠ ଯୋଗାଇଥିଲେ । ତାର ଚଉପଟ କାର୍ଯ୍ୟ ତିନି ରଥର ମହାରଣାମାନେ ଜାରି ରଖିଛନ୍ତି ।  ତିନି ରଥର ରୂପକାର ସେବକମାନେ ସାଲଗୁଜରେ ରୂପ ଖୋଦେଇ ସହ ରୂପେ ଖୋଦେଇ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିଶ୍ କାର୍ଯ୍ୟ ଜାରି ରଖିଛନ୍ତି । 
ସେହିଭଳି ଦୋଳବେଦୀ ପରିସରରେ କରାଯାଇଥିବା ଅସ୍ଥାୟୀ କମାର ଶାଳରେ ଓଝା ମହାରଣାମାନେ ତିନି ରଥର ଦଣ୍ଡା କଣ୍ଟା ନିର୍ମାଣ ଜାରି ରଖିଛନ୍ତି । ଦୋଳବେଦୀ ଠାରେ ପାହି ମହାରଣାମାନେ ରଥଯାତ୍ରାରେ ଠାକୁରଙ୍କ ପୂଜା ନିମନ୍ତେ କାଠ ସରଞ୍ଜାମ ନିର୍ମାଣ ଜାରି ରଖିଛ