ଭାଲୁ ଆକ୍ରମଣର ଶିକାର ଯୁବକ
ାା ପ୍ରଭାନୁ୍ୟଜ୍ ।ା ପାପଡାହାଣ୍ଡି: ଜଙ୍ଗଲକୁ କାଠ ଆଣିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ଯୁବକ । ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି । ବାମ ହାତ ଭାଙ୍ଗିଥିବା ସୂଚନା ମିଳିଛି । ଏହି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋଇଦଲପୁର ପଞ୍ଚାୟତ ଛଟାଗୁଡା ଜଙ୍ଗଲରେ । ସୂଚନା ଅନୁଯାୟୀ ସକାଳ ୯ ଘଣ୍ଟା ସମୟରେ ଛଟାଗୁଡା ଗ୍ରାମର ତଇଲ ଯାନୀ ଗାଁ ନିକଟ ଜଙ୍ଗଲରେ କାଠ ଆଣିବାକୁ ଯାଇଥିଲେ । ହଠାତ ତିନଟି ଭାଲୁ ସାମ୍ନା କୁ ଆସିଥିଲେ ଓ ଗୋଟିଏ ଭାଲୁ ବାମ ହାତକୁ ଆକ୍ରମଣ କରିଥିଲା ।ଟାଙ୍ଗିଆ ଦ୍ୱାରା ଭାଲୁକୁ ଘଉଡ଼ାଇବାରୁ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ । ବାମ ହାତ ଭାଙ୍ଗିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଅଧିକ ଗୁରୁତର ହେବାରୁ ନବରଙ୍ଗପୁର ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତଇଲଙ୍କ ଚିକିସôା ଜାରି ରହିଥିବା ସୂଚନା ରହିଛି ।