ରାଜ୍ୟସ୍ତରୀୟ ଫୁଟବଲ୍ ଉଦ୍ୟାପିତ : ମୟୂରଭଞ୍ଜ ଚାମ୍ପିଅନ୍

 ବୈତରଣୀରୋଡ : ବୈତରଣୀ ଆଥଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ବରୁଣ୍ଡେଇ ଡାକ୍ତରଖାନାରେ ଅନୁଷ୍ଠିତ ୫୧ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ରେ ରୁଦ୍ରାଂଶ ଫୁଟ୍ବଲ୍ କ୍ଲବ୍ ଖଡ଼ଗପୁର ସହ ମାରାଣ୍ଡିମାହାଲ ଚିକିଟାମାଟିଆ ମୟୁରଭଞ୍ଜ ଫୁଟ୍ବଲ୍ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମୟୁରଭଞ୍ଜ ଖଡ଼ଗପୁରକୁ ୩-୨ଗୋଲରେ ପରାସ୍ତ କରି ଚାମ୍ପିଅନ୍ ହୋଇଛି । ଉଭୟଙ୍କ ଆକ୍ରମଣ ଓ ପ୍ରତି ଆକ୍ରମଣ ଭିତରେ ପ୍ରଥମାର୍ଦ୍ଧ ଖେଳରେ ଖଡ଼ଗପୁର ୧ଟି ଗୋଲ ଦେଇ ଅଗ୍ରଣୀ ଥିବା ବେଳେ ମୟୁରଭଞ୍ଜ ୧ଟି ଗୋଲଦେଇ ପରିଶୋଧ କରିଥିଲା । ଦ୍ୱିତୀୟାର୍ଦ୍ଧର୍ରେ ଖଡ଼ଗପୁର ପୁଣି ୧ ଗୋଲ ଦେଇ ୨-୧ ଗୋଲରେ ଅଗ୍ରଣୀଥିବା ବେଳେ ଦ୍ୱିତୀୟାର୍ଦ୍ଧର ଶେଷ ଭାଗରେ ମୟୁରଭଞ୍ଜ ୧ ଟି ଗୋଲଦେଇ ଉଭୟ ୨-୨ ଗୋଲରେ ସମାନ ସ୍ଥିତିରେ ରହିଥିଲେ । ମାତ୍ର ଦ୍ୱିତୀୟାର୍ଦ୍ଧର ଶେଷସୁଦ୍ଧା କେହିକାହାରିକୁ ଗୋଲ ଦେଇପାରିନଥିବା ବେଳେ ଖେଳ ଅମିମାଂସିତ ରହିଥିଲା । ୫ମିନିଟ ମଧ୍ୟରେ ମୟୁରଭଞ୍ଜ ୧ ଗୋଲ ସ୍କୋର କରି ୩-୨ ଗୋଲରେ ଚମ୍ପିଅନ ହୋଇଥିଲା । ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ଉସôବରେ ଆସୋସିଏସନ ସଭାପତି ଉଦୟନାଥ ପରିଡା ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଅଭୟ କୁମାର ମହାପାତ୍ର ସଭା ପରିଚାଳନା କରିଥିଲେ । ଅତିଥି ଭାବେ କୋରେଇ ବିଧାୟକ ଆକାଶଦାସ ନାୟକ, ପ୍ରକାଶ କୁମାର ଧଳ, ପ୍ରୀତିରଂଜନ ସାହୁ, ଧନେଶ୍ୱର ବାରିକ, ସତ୍ୟନନ୍ଦ ମହାପାତ୍ର, ବିଷ୍ଣୁଚରଣ ତଥ, ରଶ୍ମୀରଂଜନ ପରିଡା, ଉଦୟ ସାହୁ, ଜୟନ୍ତୀ ସାହୁ ପ୍ରମୁଖ ଯୋଗଦେଇଥିଲେ । ଖେଳ ପରିଚାଳନା କରୁଥିବା ରେଫରି ଭୋଳାନାଥ ଜେନା ଓ ଜିତେନ୍ଦ୍ର ବାରିକ, ଉତମ ବାରିକ ଓ ମଦନମୋହନ ପଣ୍ଡାଙ୍କୁ ପୁରସ୍କୃତ କରାଯାଇଥିଲା ।