ରାଧା ପାଦ ଦର୍ଶନ ଉତ୍ସବ
ାା ପ୍ରଭାନୁ୍ୟଜ ।ା ନିଆଳି: ପବିତ୍ର ଅଁଳା ନବମୀ ତିଥିରେ ନିଆଳି ବ୍ଲକ୍ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ସ୍ଥିତ ଶ୍ରୀ ଚୈତନ୍ୟଙ୍କ ସ୍ମୃତି ବହନ କରୁଥିବା ରାଧାକାନ୍ତ ମଠରେ ରାଧା ପାଦ ଦର୍ଶନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ମଠର ମହନ୍ତ ଦିବ୍ୟକୃଷ୍ଣ ଦାଶଙ୍କ ତତ୍ତ୍ୱାବଧାନରେ ମଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଭୋର ୫ଟାରୁ ରାଧା ପାଦ ଦର୍ଶନ ଆରମ୍ଭ ହୋଇଥିଲା । ଦିନ ତମାମ୍ ଶ୍ରଦ୍ଧାଳୁଙ୍କ ସୁଅ ଛୁଟି ଥିବାବେଳେ ପ୍ରାୟ ୧୦ହଜାରରୁ ଊଦ୍ଧ୍ୱର୍ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । କମିଟିର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ରହି ଏହି ଉତ୍ସବକୁ ପରିଚାଳନା କରିଥିବାବେଳେ ଦିନ ବେଳା ଯଜ୍ଞ ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।