ଗଞ୍ଜେଇ ଜବତ, ୨ ଗିରଫ
ାା ପ୍ରଭାନୁ୍ୟଜ ।ା ବାରିପଦା: ଦୀର୍ଘଦିନ ବ୍ୟବଧାନରେ ପୁଣି ଧରାପଡ଼ିଛି ଗଞ୍ଜେଇ । ବିଭିନ୍ନ ସମୟରେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ସମୟରେ ଝାରପୋଖରୀଆ, ବାଙ୍ଗିରିପୋଷି, ବିଶୋଇ, ଯଶିପୁର ଆଦି ଜାତୀୟ ରାଜପଥ କଡରେ ରହିଥିବା ଥାନା ଗୁଡିକରେ ଗଞ୍ଜେଇ ଧରା ପଡୁଥିବାବେଳେ ଜିଲ୍ଲାର ମୁଖ୍ୟାଳୟ ବାରିପଦାରେ ଗଞ୍ଜେଇ ଠାବ କରିଛି ପୁଲିସ । ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର ଥାନା ପୁଲିସ ୫୦ କିଲୋଗ୍ରାମରୁ ଊଦ୍ଧ୍ୱର୍ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ହେବ । ଏଥିସହିତ ଚାଲାଣ ପାଇଁ ବ୍ୟବହାର ହୋଇଥିବା ଓଡି ୦୨ ସିଏଫ ୯୪୫୩ ନମ୍ବର ବିଶିଷ୍ଟ ଭିଆପି ଇନୋଭା କାରକୁ ମଧ୍ୟ ପୁଲିସ ଜବତ କରିଛି । ଚୋରା ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଞ୍ଚଳର ଅଜୟ କୁମାର ନାଏକ (୩୨) ଏବଂ ପ୍ରବିଣ କୁମାର ନାଥ(୩୪) ଙ୍କୁ ଗିରଫ କରାଯାଇଛି । ଏ ନେଇ ପୁଲିସ ଏନ୍ଡିପିଏସ ଆଇନ ଧାରା ୨୦ (ବି) ଆଇଆଇ/( ସି) ଅନୁଯାୟୀ ୩୨୯/୨୪ରେ ମାମଲା ରୁଜୁ କରି ଗ୍ୟାଙ୍ଗ ସଂପୃକ୍ତି ଏବଂ ଅନ୍ୟ ସଦସ୍ୟମାନଙ୍କୁ ଧରିବାକୁ ତଦନ୍ତ ଅବ୍ୟାହତ ରଖିଥିବା ସୂଚନା ମିଳିଛି । ତେବେ ଏହି ଚାଲାଣ ପଛରେ ଜିଲ୍ଲାର ପ୍ରଭାବଶାଳୀ ବ୍ୟବସାୟୀଙ୍କ ହାତ ରହିଥିବା ଶୁଣିବାକୁ ମିଳିଥିଲେ ସୁଦ୍ଧା ପୁଲିସ ଏହାର ଖୁଲାସା କରିନାହିଁ ।