ଦୁର୍ଘଟଣାରେ ସେଲସ ମ୍ୟାନେଜର ମୃତ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଠାରୁ ୩ କିମି ଦୂର ଗଁଦିଆ ଷଡ଼ଙ୍ଗୀ ରାସ୍ତାର ଗଁଦିଆ ଅବକାରୀ ଥାନା ସମ୍ମୁଖରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଜଣେ ବାଇକ୍ ଆରୋହୀ ଘଟଣାସ୍ଥଳରେ ଗୁରୁତର ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକମାନେ ଶ୍ରୀରାମ ଚନ୍ଦ୍ର ପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମ୍ରୃତ୍ୟ ଘୋଷଣା କରିଥିଲେ । ସୂଚନା ଅନୁସାରେ ଗଁଦିଆ ଆକ୍ସିସ ବ୍ୟାଙ୍କର ଆସିଷ୍ଟାଣ୍ଟ ସେଲସ ମ୍ୟାନେଜର ଚିନ୍ମୟ ସାଥୁଆ, ବୟସ ୩୦ ବର୍ଷ ଏକ ବାଇକ୍ରେ ଗଁଦିଆରୁ ଷଡ଼ଙ୍ଗୀ ଆଡ଼କୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ମାଡ଼ ହୋଇାଥିଲେ । ଚିନ୍ମୟଙ୍କ ଘର ଅନୁଗୁଳ ଜିଲ୍ଲା କୁମଣ୍ଡ ଅଞ୍ଚଳରେ ହୋଇଥିବା ଜଣାଯାଇଛି ।