ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବନ୍ତ : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ସ୍ଥିତ ପଣ୍ଡା ସାହି ବାଉନଘର ମେଳଣରେ ପ୍ରାୟ ୧୫ଟି ସୁସଜ୍ଜିତ ବିମାନ ଶୋଭାଯାତ୍ରାରେ ନିଆଯାଇ ଗଣିଜାଙ୍ଗ ବଜାର ପରିକ୍ରମା କରାଯାଇଥିଲା । ପାରମ୍ପରିକ ବାଜା ଓ ହରିନାମରେ ପ୍ରକମ୍ପିତ ହୋଇଥିଲା ଗାଁ ଦାଣ୍ଡ, ଏହି ମେଳଣରେ ପାଖ ପଞ୍ଚାୟତ ଓ ଗ୍ରାମ ମାନଙ୍କରୁ ମେଢ଼ ସାମିଲ ହୁଅନ୍ତି । ଏହି ଅନୁଷ୍ଠାନ ଦୀର୍ଘ ୧୦୦ ବର୍ଷରୁ ଉର୍ଦ୍ଧ ହେବ, ଭକ୍ତମାନେ ବିମାନର ଗୋଟିଏ ପାର୍ଶ୍ୱରେ ଓ ଅନ୍ୟ ପାର୍ଶ୍ୱରେ ଗୋପାଳ ଭାଇ ମାନେ ବିମାନ କାନେ୍ଧଇବା ଦୃଶ୍ୟ  ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଗଣିଜାଙ୍ଗ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ବାହାରି ଗଣିଜାଙ୍ଗ ବାଉନ ଘର ଜଗନ୍ନାଥ ମନ୍ଦିର ଯାଏ ଅଣା ଯାଇଥିଲା ରାଧାକୃଷ୍ଣଙ୍କ ବିମାନ । ଭଗବାନଙ୍କ ବିମାନ ଯାତ୍ରାରେ ସାମିଲ ହୋଇ ଏହି ମହତ୍ କାର୍ଯ୍ୟ କରିବାର ସୁଯୋଗ ପାଇଥିବାରୁ ଏହା  ଆମର ସୌଭାଗ୍ୟ ବୋଲି ଗ୍ରାମବାସୀ ମାନେ କହିଛନ୍ତି । ଏହି ମେଳନ ପର୍ବ ଇତିହାସରେ ଲିପି ବଧ ଓ ଅନେକ କାଳରୁ ଚାଲି ଆସିଛି ବୋଲି ପୁରୁଖା ବ୍ୟକ୍ତିମାନେ ମତବ୍ୟକ୍ତ କରୁଛନ୍ତି ।