ଦର୍ଶକଙ୍କୁ ପାକିସ୍ତାନୀ କ୍ରିକେଟରଙ୍କ ଆକ୍ରମଣ
ନୂଆଦିଲ୍ଲୀ : କି୍ରକେଟ ଖେଳ ସମୟରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥାଏ । କେହି କେହି ଦର୍ଶକ ନିଜ ପସନ୍ଦର କ୍ରିକେଟରଙ୍କୁ ଦେଖା କରିବା ପାଇଁ ନିୟମ ଭାଙ୍ଗି ପଡ଼ିଆ ଭିତରେ ପସିବାର ମଧ୍ୟ ନଜିର ରହିଛି । ଏହି ସମ୍ରରେ ପାକିସ୍ତାନରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପାକିସ୍ତାନ ଓ ନୁ୍ୟଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ୍ରେ ଦର୍ଶକଙ୍କୁ ମାଡ ମାରିବା ପାଇଁ ଦୌଡି ଯାଇଥିଲେ ପାକିସ୍ତାନୀ କ୍ରିକେଟର । ତେବେ ସୁରକ୍ଷା କର୍ମୀ ଓ ପାକିସ୍ତାନ ଦଳର ସପୋର୍ଟ ଷ୍ଟାଫଙ୍କ ଉଦ୍ୟମ ବଳରେ ଅଘଟଣକୁ ଏଡାଇ ଦିଆଯାଇଥିଲା । ଏହି ଆକ୍ରମଣ କାହିଁ ହୋଇଥିଲା ତାହା ଜଣାପଡ଼ି ନାହିଁ । ପାକିସ୍ତାନ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୧-୪ରେ ହାରିଥିବା ବେଳେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ହ୍ୱାଇଟ ୱାଶର ସମ୍ମୁଖୀନ ହୋଇଥିଲା । ଏହି ମ୍ୟାଚ୍ରେ ଖୁଶଦିଲ ଶାହ ବେଞ୍ଚରେ ବସି ରହିଥିଲେ । ଅନ୍ତିମ ଦିନିକିଆ ବେ ଓଭାଲରେ ଖେଳା ଯାଇଥିବା ବେଳେ ନୁ୍ୟଜିଲାଣ୍ଡ ୪୩ ରନରେ ବିଜୟୀ ହୋଇଥିଲା । ପାକିସ୍ତାନର ପରାଜୟ ପରେ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନୀ ଖେଳାଳି ଖୁସିଦିଲ ଶାହ ମ୍ୟାଚ୍ ଦେଖିବାକୁ ଆସିଥିବା ପ୍ରଶଂସକଙ୍କ ସହ ଝଗଡ଼ା କରିଥିବା ଦାବି କରାଯାଉଛି । ଏଥିରେ ତାଙ୍କୁ ରେଲିଂ ମଧ୍ୟରେ ଦେଖିବାକୁ ମିଳିଛି । ଖୁସଦିଲ ପ୍ରଶଂସକଙ୍କୁ ବାଡେଇବା ସହ ଲଢ଼ିବା ପାଇଁ ରେଲିଂ ଡେଇଁ ପଡ଼ିଥିଲେ । ସେଠାରେ ଥିବା ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଦାବି କରାଯାଉଛି ଯେ ସେଠାରେ ଠିଆ ହୋଇଥିବା ପ୍ରଶଂସକମାନେ ପାକିସ୍ତାନୀ ଦଳକୁ ତାସôଲ୍ୟ କରିଥିଲେ । ଏହା ପରେ ଖୁସଲ ନିଜର ରାଗ ଶାନ୍ତ କରିଥିଲେ ।
ଖୁଶଦିଲ ଶାହଙ୍କ ମାମଲାରେ ‘ଦୁଇ ଜଣ ଆଫଗାନି ଯୁବକ ପାକିସ୍ତାନୀ କ୍ରିକେଟରଙ୍କ ସହ ଖରାପ ବ୍ୟବହାର କରିଥିଲେ । ଖୁସଦିଲ ଶାହ ତାଙ୍କୁ ଶାନ୍ତ ରହିବାକୁ କହିଥିଲେ । କିନ୍ତୁ ସେ ଶୁଣି ନଥିଲେ ଏବଂ ଗାଳି ଦେବା ଆରମ୍ଭ କରିଥିଲେ ।’ ଏପରିକି ପାକିସ୍ତାନ ସମ୍ପର୍କରେ ମଧ୍ୟ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ଏହା ପରେ ଉତକ୍ଷିପ୍ତ ହୋଇ ଖୁଶଦିଲ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲେ ।