ଘରୋଇ କଳି ଭୟଙ୍କର ରୂପ : ସ୍ତ୍ରୀ-ବୋହୂଙ୍କୁ ଛୁରିରେ ମରଣାନ୍ତ୍ରକ ଆକ୍ରମଣ
କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ପରଲସିଙ୍ଗା ଗ୍ରାମ ପଞ୍ଚାୟତର ଭମରମାଲ ଗ୍ରାମରେ ଏକ ଘରୋଇ କଳି ଭୟଙ୍କର ରୂପ ଧାରଣ କରି ଶେଷରେ ୪୨ ବର୍ଷୀୟ କୃଷ୍ଣ ସାହୁ ଆତ୍ମହତ୍ୟା କରିଛନ୍ତି। କୃଷ୍ଣ ମଦ୍ୟପାନ କରି ସ୍ତ୍ରୀ କୁମାରୀ ସାହୁ ଓ ବୋହୂଙ୍କୁ ଶନିବାର ବିଳମ୍ବିତ ରାତିରେ ଏକ ଧାରୁଆ ଛୁରିରେ ଆକ୍ରମଣ କରିଥିଲୋ। ସ୍ତ୍ରୀ କୁମାରୀଙ୍କ ମୁଣ୍ଡ ଏବଂ ହାତ ସେହିପରି ବୋହୂଙ୍କ ମୁହଁରେ ଆକ୍ରମଣ କରି କ୍ଷତବିକ୍ଷତ କରିଥିଲେ। ଶେଷରେ କୃଷ୍ଣ ମାନସିକ ଭାରସାମ୍ୟ ହରାଇ ପଥର୍ଲା କାଣ୍ଡେଲ ଓ କେସିଙ୍ଗାକୁ ସଂଯୋଗ କରୁଥିବା ରେଳଧାରଣାରେ ଏକ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଯାହା ଫଳରେ କୃଷ୍ଣଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଥିଲା। ସକାଳେ ଲୋକମାନେ କୃଷ୍ଣଙ୍କ ମୃତଦେହ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।
ଖବର ପାଇ ମୃତକ ପରିବାର ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ମୃତକ କୃଷ୍ଣଙ୍କ ପୁତ୍ର ଲାଲୁ ସାହୁ ବୟସ୨୫ ବାପାଙ୍କ ଘଟଣା ଖବର ପାଇଲା ପରେ କେସିଙ୍ଗା ଆଦର୍ଶ ଥାନାରେ ନିଜ ମାଆଙ୍କୁ ଧାରୁଆ ଛୁରିରେ ଆକ୍ରମଣ କରି ବାପା ରେଳଧାରଣାରେ ଆତ୍ମହତ୍ୟା କରିଥିବା ଲିଖିତ ଅଭିଯୋଗ କରିଥିଲେ। ଟ୍ରେନ୍ ପାଇଲଟ ଟିଟିଲାଗଡ଼ ଜିଆର୍ପିଙ୍କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ କେସିଙ୍ଗା ପୋଲିସ ଓ ଜିଆରପି ପହଞ୍ଚି ତଦନ୍ତ କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠା ଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକ ହସ୍ତାନ୍ତର କରାଯାଇ ଥିଲା। ମୃତକଙ୍କ ୨ପୁଅ ୨ଝିଅ ଅଛନ୍ତି।