ଏଆଇର ୭ ବିମାନ ବାତିଲ୍

 ନୂଆଦିଲ୍ଲୀ: ଯାନ୍ତ୍ରିକ ତ୍ରୁଟି ଓ ବିମାନ ଉପଲବ୍ଧ ନହେବା ଭଳି  କେତେକ କାରଣରୁୁ ଆଜି ଏୟାର ଇଣ୍ଡିଆର ୭ ଅନ୍ତର୍ଜାତୀୟ ଉଡ଼ାଣ ବାତିଲ୍ କରାଯାଇଛି  । ସେଥିମଧ୍ୟରୁ ୬ଟି ରୁଟ୍ରେ ବୋଇଂ ୭୮୭-୬ ଡ୍ରିମଲାଇନର ଉଡ଼ାଣ କରୁଥିଲା  । ଦିଲ୍ଲୀରୁ ମୁମ୍ବାଇ, ଭିଏନା ଓ ପ୍ୟାରିସ ଯାଉଥିବା ବି୭୮୮ ଡ୍ରିମଲାଇନର ବିମାନ ବାତିଲ୍ କରାଯାଇଛି  । ସେହିପରି ଅହମ୍ମଦାବାଦରୁ ଲଣ୍ଡନ, ଲଣ୍ଡନରୁ ଅମ୍ରିତସର, ବେଙ୍ଗାଲୁରୁରୁ ଲଣ୍ଡନ ଓ ମୁମ୍ବାଇରୁ ସାନଫ୍ରାନସିସ୍କୋ ବିମାନ ବି ବାତିଲ୍ ହୋଇଛି  । ମୁମ୍ବାଇରୁ ସାନଫ୍ରାନସିସ୍କୋକୁ ବି୭୭୭ ଉଡ଼ାଣ ଭରିବାର ଥିଲା  ।  ଏନେଇ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛିଯେ, ଦିଲ୍ଲୀରୁ ପ୍ୟାରିସ ଯିବାକୁ ଥିବା ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ବାତିଲ୍ କରାଯାଇଛି  । ତେବେ ଅହମ୍ମଦାବାଦରୁ ଲଣ୍ଡନ ପାଇଁ ବିମାନ ଉପଲବ୍ଧ ନଥିବାରୁ ବାତିଲ୍ କରାଯାଇଥିଲା  । ସେହିପରି ବାତିଲ୍ ହୋଇଥିବା ବିମାନର ଯାତ୍ରୀଙ୍କ ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ହୋଟେଲର ବ୍ୟବସ୍ଥା କରାଯାଇଥିବାବେଳେ ଯାତ୍ରୀ ଚାହିଁଲେ ସମସ୍ତ ଭଡ଼ା ଫେରସ୍ତ ପାଇପାରିବେ  ।...