ଶିବସେନା ନେତାଙ୍କୁ ଖଣ୍ଡାରେ ହାଣି ୨ ଗିରଫ
ରାସ୍ତା ମଝିରେ ଶିବସେନା ନେତାଙ୍କୁ ଖଣ୍ଡାରେ ଆକ୍ରମଣ। ନିହଙ୍ଗା ଶିଖ ବେଶ୍ରେ ଆସି ପଞ୍ଜାବ ଶିବସେନା ନେତା ସନ୍ଦୀପ ଥାପରଙ୍କୁ ବିଚ୍ ରାସ୍ତାରେ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଶିଖଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ରହିଛି। ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ପୁଲିସ ଆକ୍ରମଣକାରୀଙ୍କୁ ଫତେହଗଡ ସାହିବରୁ ଗିରଫ କରିଛି।
ପୁଲିସ ସୂଚନା ମୁତାବକ, ପଞ୍ଜାବ ଶିବସେନା ନେତା ସନ୍ଦୀପ ଥାପର୍ଙ୍କ ଉପରେ ଶୁକ୍ରବାର ସକାଳ ୧୧ଟା ୪୦ରେ ଲିଧିଆନା ସ୍ଥିତି ସିଭିଲ୍ ହସ୍ପିଟାଲ ନିକଟରେ ଆକ୍ରମଣ ହୋଇଥିଲା। ସେ ସିଭିଲ ହସ୍ପିଟାଲରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆସୁଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପରେ ଯେତେବେଳେ ସେ ସିଭିଲ ହସ୍ପିଟାଲର ମୁଖ୍ୟ ଫାଟକ ନିକଟରେ ପହଞ୍ଚିଥିଲେ ସେତେବେଳେ ନିହାଙ୍ଗ ଶିଖ ବେଶରେ ଅଭିଯୁକ୍ତମାନେ ସେଠାରେ ଉପସ୍ଥିତ ଥିଲେ।