ପୃଥକ ଦୁର୍ଘଟଣାରେ ତିନି ମୃତ


ାା ପ୍ରଭାନୁ୍ୟଜ୍ ।ା ସାରସକଣା : ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଦରଖୋଳି ଗ୍ରାମରେ ବୁଧବାର ସାପ କାମୁଡାରେ ଜଣେ ନାବାଳକଙ୍କ ମୃତୁ୍ୟ ଘଟିଛିି । ମୃତକ ନାବାଳକ ଜଣକ ହେଲେ  ସାକିଲା ମୁର୍ମୁଙ୍କ ପୁଅ ରଘୁନାଥ ମୁର୍ମୁ (୧୪)  । ପରିବାର ଲୋକଙ୍କ ସୁଚନା ମୁତାବକ ରଘୁନାଥ ଘରେ ଶୋଇଥିବା ବେଳେ ବିଷଧର ସାପଟି କାନକୁ କାମୁଡି ଥିଲା । ସାପ କାମୁଡିବା ଦେଖି ଘୋର ଲୋକେ ତୁରନ୍ତ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ସେହିପରି ସାରସକଣା ବ୍ଲକ ପଞ୍ଚମତଳିଆ ଗ୍ରାମର ବାଘରାୟ ବାସ୍କେ ଭଉଣୀ ଘରୁ ବାଇକ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଜାମଶଳା ଠାରେ ଅନ୍ୟଏକ ବାଇକ ସହ ସିଧାସଳଖ ଧକ୍କା ହୋଇଥିଲା । ତେବେ ସେ ଆହତ ଅବସ୍ଥାରେ ପଡ଼ିଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକ ତୁରନ୍ତ ଶୀର୍ଷା ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିସôା କରି ବାରିପଦା ପିଆରଏମ ମେଡ଼ିକାଲ କଲେଜକୁ ନେଇଯାଇଥିବା ବେଳେ ଚିକିସôାଧୀନ ଅବସ୍ଥାର ତାଙ୍କ ମୃତୁ୍ୟ ହୋଇଥିଲା । 
ସେହିପରି ଆଜି ଅପରାହ୍ନ ସମୟରେ ଝାରପୋଖରିଆ ଥାନା ଅନ୍ତର୍ଗତ ଭାଦୁଆ- ଡୁମୁରକୁଦର ଗ୍ରାମର ଦୁବରାୟ ହେମ୍ବ୍ରମ ଘର ପାଖ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଜଙ୍ଗଲରେ ବଜ୍ରାଘାତର ଶିକାର ହୋଇଥିଲେ । ତାଙ୍କୁ ସଙ୍ଗେସଙ୍ଗେ ଶୀର୍ଷା ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ପୁଲିସ ମୃତ ଶରୀରର ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପ୍ରକାଶ କରିଛନ୍ତି  । ତେବେ ଗୋଟାଏ ଦିନରେ ତିନୋଟି ପୃଥକ୍ ଦୁର୍ଘଟଣାରେ ତିନି ଜଣଙ୍କ ମୃତୁ୍ୟ ହେବା ଅଞ୍ଚଳ ପାଇଁ ଦୁଃଖଦ ବିଷୟ ପାଲଟିଛି । ଏହି ଘଟଣା ପାଇଁ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।