ଆୟୁଷ୍ମାନ ଯୋଜନା,୧୩ରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ଚୁକ୍ତିପତ୍ର

ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରୀରେ ଲାଗୁ ହେବ ଆୟୁଷ୍ମାନ ଯୋଜନା । ଏହି ଯୋଜନା ନେଇ କ୍ୟାବିନେଟ୍‌ରେ ପାରିତ ହେବ । ଏହା ପରେ ଆସନ୍ତା ୧୩ ତାରିଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷରିତ ହେବ ।  ଏହା ପରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡ.  ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । 

ରାଜ୍ୟର ସାଢ଼େ ୩ କୋଟି  ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟ କାର୍ଡ । ଅୟୁଷ୍ମାନ  ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନା କାର୍ଡ ମିଳିବ । ପୂର୍ବରୁ ଏହି ଯୋଜନା  ଅଧିନରେ ୯୫୬ ହସ୍ପିଟାଲ ସାମିଲ ଥିଲା । ଏବେ ସମଗ୍ର ଭାରତ ବର୍ଷରେ  ୨୭ ଶହ ହସ୍ପିଟାଲରେ ହିତାଧିକାରୀ ଚିକିତ୍ସା ପାଇପାରିବେ । ଇନ୍‌ସ୍ୟୁରାନ୍ସ  ନୁଁହେ ଲୋକଙ୍କୁ ଏସ୍ୟୁରାନ୍ସ ମୋଡ୍‌ରେ ଚିକିତ୍ସା ମିଳିବ ଶ୍ରୀ ମହାଲିଙ୍ଗ କହିଛନ୍ତି ।