ଭାରତ ବନ୍ଦ ଡାକରା ଆଂଶିକ ପ୍ରଭାବ
ାା ପ୍ରଭାନୁ୍ୟଜ୍ ।ା ବଡ଼ସାହି: ସୁପ୍ରିମ କୋର୍ଟଙ୍କ ଆରକ୍ଷଣ ନିୟମକୁ ବିରୋଧ କରି ବୁଧବାର ଆଦିବାସୀ ସମ୍ପ୍ରଦାୟର ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦର ଆହ୍ୱାନ ଦିଆଯାଇଥିଲା । ଉକ୍ତ ଡାକରାରେ ପ୍ରାୟ ସବୁଠି ବସ, ମୋଟର ଯାନବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ବଡ଼ସାହି ବ୍ଲକ ତଥା ବଜାରରେ ସମସ୍ତ ଦୋକାନ ବଜାର ଖୋଲା ରହିଥିଲା । ପୂର୍ବତନ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ରଙ୍କ ନେତୃତ୍ୱରେ ବିଳମ୍ବିତ ସମୟରେ ବଡ଼ସାହି ବ୍ଲକ, ତହସିଲ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ୍, ଶିକ୍ଷାନୁଷ୍ଠାନ ସମୂହକୁ ବନ୍ଦ କରାଯାଇଥିଲା । ତେବେ ବଡ଼ସାହିରେ ଭାରତ ବନ୍ଦର ଆଂଶିକ ପ୍ରଭାବ ଦେଖାଯାଇଥିଲା ।
କୋଷାଗୁମୁଡ଼ା: ଭାରତ ସର୍ବୋଚ୍ଚÿ ନ୍ୟାୟାଳୟଙ୍କ ନିର୍ଣ୍ଣୟ ମାଧ୍ୟ୍ୟମରେ ଅନୁସୂଚିତ ଜାତି ଓ ଜନ ଜାତି ବର୍ଗର ଭାଗିଦାରୀ ସଂରକ୍ଷଣକୁ ସମାପ୍ତ କରିବା ଷଡଯନ୍ତ୍ର ବିରୋଧ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଏହାର ପ୍ରଭାବ କୋଡ଼ିଙ୍ଗା ଅଂଚଳରେ ମଧ୍ୟ ଦେଖିବାକୁ ମିଳିଥିଲା । ବୁଧବାର ସକାଳୁ କୋଡ଼ିଙ୍ଗା ରାସ୍ତା ଘାଟ ଖାଁ ଖାଁ ସହ ଦୋକାନ ବଜାର ଚକ ଅଖ ବନ୍ଦ ରହିଥିଲା । ଏନେଇ ଅନୁସୂଚିତ ଜାତି ଓ ଜନଜାତି ଏକତା ମଞ୍ଚ ତରଫରୁ କୋଡ଼ିଙ୍ଗା ହନୁମାନ ମନ୍ଦିର ଛକ ନିକଟରୁ ପାରମ୍ପରିକ ବେଶଭୂଷାରେ ୬ଦଫା ଦାବି ନେଇ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ସାପ୍ତାହିକ ହାଟ ମଧ୍ୟ ଅଧାରୁ ବନ୍ଦ ହୋଇଥିଲା । ବନ୍ଦ ପ୍ରଭାବରେ ସ୍କୁଲ, କଲେଜ ବନ୍ଦ ରହିଥିବା ବେଳେ ଜରୁରୀକାଳୀନ ସେବା ଜାରି ରହିଥିଲା ।
ହିଞ୍ଜିଳିକାଟୁ: ଉପବର୍ଗୀକରଣ ଓ ସ୍ୱଛଳ ବର୍ଗ ନୀତି ଲାଗୁ କରାନଯିବା ପ୍ରତିବାଦରେ ଅନୁସୁଚିତ ଜାତି, ଜନଜାତି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟା ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଅଗଷ୍ଟ ୧ରେ ଦେଶର ସର୍ବୋଚ୍ଚÿ ନ୍ୟାୟାଳୟ ଏସସି ଏସଟି ସ୍ଥାନ ସଂରକ୍ଷଣ ଉପରେ ଯେଉଁ ରାୟ ପ୍ରକାଶ କରିଛନ୍ତି ତାହା ଅନୁସୂଚିତ ବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ଅକାମୀ କରିଦେବ । ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ଓ ରାଜନୈତିକ ଦଳ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବୁଧବାର ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ତେବେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହରରେ ଭାରତ ବନ୍ଦ ଡାକରା ପ୍ରଭାବଶୁନ୍ୟ ହୋଇଥିବା ଦେଖିବାକୁ ମିଳିଥିଲା । କୈାଣସି ରାଜନୈତିକ ଦଳ ପକ୍ଷରୁ ପିକେଟିଙ୍ଗ୍ କରାଯାଇନଥିବା ଦେଖିବାକୁ ମିଳିଥିଲା । ପ୍ରତିଦିନ ପରି ବୁଧବାର ମଧ୍ୟ ସହର ମଧ୍ୟ ଦେଇ ଯାନବାହାନ ଚଳାଚଳ ସ୍ୱଭାବିକ ରହିଥିବା ବେଳେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିଥିଲା । ଏସସି ଏସଟି କ୍ରିୟାନୁଷ୍ଠାନ କମିଟି ତରଫରୁ ଡାକରା ଦିଆଯାଇଥିବା ଭାରତ ବନ୍ଦ ଡାକରା ହିଞ୍ଜିଳିକାଟୁ ସହରରେ ସମ୍ପୁର୍ଣ ପ୍ରଭାବଶୂନ୍ୟ ହୋଇଥିଲା ।