ଆୟୁଷ୍ମାନ ଭାରତ ଯୋଜନାରେ ଉନ୍ନତ ସଫ୍ଟୱେୟାର ବ୍ୟବସ୍ଥା

ଆୟୁଷ୍ମାନ ଭାରତ ଯୋଜନାରେ ଉନ୍ନତ ସଫ୍ଟୱେୟାର ବ୍ୟବସ୍ଥା

 ଆୟୁଷ୍ମାନ କାର୍ଡ ସମସ୍ୟା ନେଇ ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ  ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଘରୋଇ ହସ୍ପିଟାଲ ଓ ଡାକ୍ତରଙ୍କ ସହ ଆଲୋଚନା କରିବ ସ୍ୱାସ୍ଥ୍ୟ ବିଭାଗ । ଆୟୁଷ୍ମାନ କାର୍ଡକୁ ନେଇ ରୋଗୀ ଭୋଗୁଥିବା ସମସ୍ୟା ଉପରେ ଆଲୋଚନା ହେବ । କାହିଁକି ସମସ୍ୟା ହେଉଛି ? କିପରି ସମାଧାନ ହେବ ? ରୋଗୀ ମାନେ କିପରି ଅସୁବିଧାର ସମୁଖୀନ ନହେବେ ସେନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି ।  ସେପଟେ, ବିଏସକେୱାଇ ବଦଳରେ ସରକାର ଆୟୁଷ୍ମାନ ଯୋଜନା ଆରମ୍ଭ କଲେ । କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ ଏବେ ରୋଗୀ ଓ ଘରୋଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିଛି । ଯାହାକୁ ନେଇ ଉଭୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ରୋଗୀଙ୍କର କୌଣସି ସମସ୍ୟା ନାହିଁ, କିନ୍ତୁ ହସ୍ପିଟାଲ ପକ୍ଷରୁ ବୈଷୟିକ ସମସ୍ୟା ରହୁଛି । 

ଆୟୁଷ୍ମାନ ଯୋଜନାରେ ବୈଷୟିକ ତ୍ରୁଟି  ।  ରୋଗୀଙ୍କ ସହିତ ଡାକ୍ତରଙ୍କ ଫଟୋ ଦେବାକୁ ପଡୁଛି ଡାକ୍ତରମାନେ ଚାହୁନାହାନ୍ତି ଫଟୋ ଦେବାକୁ  ଓଟିପି ଟାଇମ୍‌ ଆଉଟକୁ ନେଇ ସମସ୍ୟା ରହୁଛି ପଞ୍ଜୀକରଣ ଓ ପୁନଃ ପଞ୍ଜୀକରଣରେ ସମସ୍ୟା ହେଉଛି କାଗଜପତ୍ର ଓ ବିଲ୍‌ ପଠାଇବାରେ ବିଳମ୍ବ ହେଉଛି  । 

ସରକାର କହୁଛନ୍ତି ଆୟୁଷ୍ମାନ ପାଇଁ ଉନ୍ନତ ସଫ୍ଟୱେୟାର ବ୍ୟବସ୍ଥା ହୋଇଛି । କିନ୍ତୁ ୧୧ ତାରିଖ ଯୋଜନାର ଆରମ୍ଭ ପରେ ଅନେକ ରୋଗୀ, ସଫ୍ଟୱେୟାର ସମସ୍ୟା ଯୋଗୁଁ ହଇରାଣରେ ପଡୁଛନ୍ତି । ରୋଗୀ କୌଣସି ସୂଚନା ପାଉନାହାନ୍ତି ।

  • ସ୍ପାଇନ ସର୍ଜରୀରେ ୩ଟି ବଡ଼ ନଟ୍ ଲାଗେ । 
  • ପ୍ୟାକେଜରେ ଗୋଟିଏ ଲାଗିବାର ବ୍ୟବସ୍ଥା । 
  • ଅନେକ ଫଟୋ ଓ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । 
  • ବିଏସ୍‌କେୱାଇରେ ପ୍ରି-ଆପ୍ରୁଭାଲ ଅପସନ୍ ଥିଲା । 

 ଆୟୁଷ୍ମାନକୁ ନେଇ ଦେଖାଦେଉଥିବା ଏସବୁ ସମସ୍ୟାର ଖୁବଶୀଘ୍ର ସମାଧାନ ହେବ ବୋଲି ରୋଗୀ ଓ ଘରୋଇ ଡାକ୍ତର ଖାନାଗୁଡିକ ଆଶା ରଖିଛନ୍ତି । ସେପଟେ ଆଜି ବସୁଥିବା ବୈଠକରେ ପରେ ସବୁ ସମସ୍ୟାର ସମାଧାନ ହେବ ବୋଲି ଆଶା ରହିଛି ।