ଆସିକା ଏନଏସିରେ ଏଲଇଡି ଚୋରି ଅଭିଯୋଗ
ଆସିକା : ରାଜ୍ୟ ସରକାରଙ୍କ ଗୃହ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସିକା ଏନ ଏ ସି ପାଇଁ ସ୍ୱଚ୍ଛ ସର୍ବକ୍ଷେଣ ଏଲଇଡି ୨୦୨୪ ଲେଖା ଥିବା ଏକ ହୋଲଡିଂ ଆସିଥିଲା । ଆସିକା ଏନ ଏ ସି ର ୧୮ ଗୋତି ୱାର୍ଡ ପାଇଁ ଗୋଟିଏ ଏଲଇଡି ପିଛା ପ୍ରାୟ ୨୫ ରୁ ୩୦ ହଜାର ଟଙ୍କା ବ୍ୟୟରେ ୧୮ ଗୋଟି ସ୍ୱଚ୍ଛ ଭାରତ ୨୦୨୪ ଲେଖା ହୋଡିଙ୍ଗ ଗେଟ ଅଣା ଯାଇଥିଲା । ସେ ଗୁଡିକ ଆସିକା ବିଜ୍ଞାପିତ ଅଞ୍ଚଳ ର ବିଭିନ୍ନ ସାହିରେ ଲାଗିଥିଲା । ଆସ୍କା ଏନ ଏ ସି ଏହି ଲାଇଟ ବୋର୍ଡ ଲଗାଇବାର କିଛି ଦିନ ପରେ ୦୬ ଗୋଟି ଏଲଇଡି ର ଅନେକ ଯନ୍ତ୍ର ପାତି ଚୋରି ହୋଇଥିବା ନେଇ ଥାନା ରେ ଅଭିଯୋଗ କରିଛନ୍ତି ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର ପ୍ରକାଶ କାଟିଛନ୍ତି । ଗତ ଦଣ୍ଡ ନାଚ ବା ବୈଶାଖୀ ଯାତ୍ରା ଚାଲିଥବା ସମୟରେ କେହି ଏହାକୁ ଚୋରି କରିଥିବା କୁହାଯାଉଛି । ଏହି ଏଲ ଇ ଡି ଲାଗିବାର ମାସେ ନ ପୂରୁଣୁ ଚୋରି ହୋଇ ଯାଇଛି । ଚୋରି ହୋଇଥିବା ଏଲ ଇ ଡି ଲାଇଟ କୁ ଶୀଘ୍ର ବାହାର କରିବାକୁ ସାଧାରଣ ରେ ଦାବି ହେଉଛି । ସହରର ସୁନ୍ଦର ଦୃଷ୍ଟିରୁ ବଳକା ରହିଥିବା ଏଲ ଇ ଡି ଲାଇଟ କିଭଳି ଚୋରି ହେବନି ସେଥିପାଇଁ ଏନ ଏ ସି କର୍ତ୍ତୃପକ୍ଷ ଧ୍ୟାନ ଦେବା ଆବଶ୍ୟକ ରହିଛି ବୋଲି ସହରବାସୀ ଠାରୁ ପ୍ରକାଶ ।