୧୨ଟା ବେଳେ ମୁଖ୍ୟମନ୍ତ୍ରୀ ଯିବେ ପୁରୀ

ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିନ ୧୨ଟାରେ ମୁଖ୍ୟମନ୍ତ୍ରୀ ପୁରୀ ଯିବା କାର୍ଯ୍ୟକ୍ରମ କରାଯାଇଛି । ବାହୁଡ଼ା ଯାତ୍ରା ନେଇ ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା । ସେବାୟତଙ୍କ ସହ କରିବେ ଆଲୋଚନା । ବରିଷ୍ଠ ଅଧିକାରୀଙ୍କ ସହ କରିବେ ବୈଠକ । ଜନ୍ମବେଦୀରେ ମହାପ୍ରଭୁଙ୍କ ଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଶରଧାବାଲି ଅଘଟଣ ପରେ ପ୍ରଥମ କରି ମୁଖ୍ୟମନ୍ତ୍ରୀ ଆଜି ପୁରୀ ଗସ୍ତ କରିବେ । ଏ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।