ଜଳିଗଲା ୨ବଖରା
ତାଳଚେର : ତାଳଚେର ବ୍ଲକ୍ ଅନ୍ତର୍ଗତ ହରିହରପୁର ଗ୍ରାମର ଗୋଚ୍ଛାୟତ ସାହିରେ ଅଗ୍ନିକାଣ୍ଡରେ ଦୁଇ ବଖରା ଜଳିଯାଇଛି । ସୂଚନା ମୁତାବକ, ହରିହରପୁର ଗ୍ରାମର ରଞ୍ଜୁ ଗୋଚ୍ଛାୟତଙ୍କ ଘରେ ବିଦୁ୍ୟତ୍ ସର୍ଟସର୍କିଟ୍ ଯୋଗୁଁ ହଠାତ୍ ନିଆଁ ଲାଗିଯାଇଥିଲା । ପରେ ଗ୍ରାମବାସୀଙ୍କ ସହାୟତାରେ ସେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଖରା ସାଙ୍ଗକୁ ପବନ ଯୋଗୁଁ ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇନଥିଲା । ପରେ ତାଳଚେର ଅଗ୍ନିଶମ ବିଭାଗର ଦମକଳବାହିନୀ ପହଞ୍ଚô ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଆସବାବପତ୍ର ସହିତ ବହୁ ମୂଲ୍ୟବାନ ସାମଗ୍ରୀ ପୋଡ଼ିଯାଇଥିବା ଜଣାପଡ଼ିଛି ।