ପହେଲଗାମ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି
ଖଇରା : ଜାମ୍ମୁ କାଶ୍ମୀରର ପହଲଗାମ ଠାରେ ଆତଙ୍କବାଦୀଙ୍କ ଦ୍ୱାରା ୨୭ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆକ୍ରମଣ ଓ ନୃଶଂସ ହତ୍ୟାକାଣ୍ଡର ପ୍ରତିବାଦରେ ଓଡିଆ ସାମାଜିକ ସଙ୍ଗଠନ ନିଳାଚଳ ପରିବାର ଓ ଆୟୁଷ୍ମାନ ଫାଉଣ୍ଡେସନ ମିଳିତ ସହଯୋଗରେ ଗୁରୁଗ୍ରାମ ସ୍ଥିତ କାଦିପୁରେ କମୁ୍ୟନିଟି ସେଣ୍ଟର ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ମୃତକଙ୍କ ଉଦେ୍ଦଶ୍ୟରେ ସମୂହ ଦୀପ ପ୍ରଜ୍ୱ୍ୱଳନ ସହ ଶତାଧିକ ସଦସ୍ୟ ଭାରତ ମାତା କି ଜୟ ନାରା ପ୍ରଦାନ ସହ ନ୍ୟାୟ ପାଇଁ ମହମବତୀ ଶେଭାଯାତ୍ରା କାଦିପୁର କମୁ୍ୟନିଟି ସେଣ୍ଟରରୁ ଆରମ୍ଭ ହୋଇ ସେକ୍ଟର ୧୦ପର୍ଯ୍ୟନ୍ତ ଯାଇଥିଲା । ଏହି ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଗୁରୁଗ୍ରାମ ମୁ୍ୟନସିପାଲଟି ୯ନମ୍ବର ୱାର୍ଡର ନିଗମ ପାର୍ଷଦ ଅବିନାଶ ରାଘବ, ସେକ୍ଟର ୧୦ର ଥାନାଧିକାରୀ ତଥା ନିଳାଚଳ ପରିବାରର ସଭାପତି ବିପ୍ଲବ ପଣ୍ଡା, ବିଶ୍ୱରଞ୍ଜନ ସାହୁ, ଆୟୁଷ୍ମାନ ଫାଉଣ୍ଡେସନର ସଂସ୍ଥାପକ ଶ୍ରୀମନ୍ତ ବିଶ୍ୱାଳ, ଜୟଦେବ ପତି, ବିଜୟ ରାଉତ, ପ୍ରଭାତ କୁମାର ସାହୁ, ତନ୍ମୟ ସାମଲ, ରବିନ୍ଦ୍ର ସ୍ୱାଇଁ, ବିକାଶ ସ୍ୱାଇଁ, ସତ୍ୟଶିବ ପାତ୍ର ପ୍ରମୁଖ ଯୋଗ ଦେଇ ବର୍ବୋରଚିତ ହତ୍ୟାର ଦୃଢ ନିନ୍ଦା ସହ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।