ବାବା ସାହେବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ
କାକଟପୁର: ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ଭାରତ ରତ୍ନ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୩ତମ ଜୟନ୍ତୀ ପାଳନ ଉତ୍ସବରେ ଠକରବାପା ଆଶ୍ରମର ଉପଦେଷ୍ଟା ପୂର୍ବତନ ବିଧାୟକ ଗୋବିନ୍ଦ ସେଠଙ୍କ ସୁପୁତ୍ର ଅଶୋକ କୁମାର ସେଠ କାକଟପୁର ନିକଟସ୍ଥ ଦଳିତ ସାହି(ବାଉରୀ ପୋଖରି)ଠାରେ ବାବା ସାହେବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ପ୍ରାତଃ ସମୟରେ ଠକରବାବା ଆଶ୍ରମ ପରିସରରୁ ଏକାଧିକ ମଟରସାଇକେଲ ଶୋଭାଯାତ୍ରାରେ କାକଟପୁର ବଜାର ପରିକ୍ରମା କରି ସମ୍ବିଧାନ ପ୍ରଣେତାଙ୍କ ଉଦେଶ୍ୟରେ ସ୍ଲୋଗାନ ଦେବାସହ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା । ପରେ ପରେ ଠକର ବାପା ଆଶ୍ରମ ପରିସରରେ ସଂଯୋଜକ ପ୍ରେମାନନ୍ଦ ଗୋଚ୍ଛାୟତଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜନ କରାଯାଇଥିଲା । ମୁଖ୍ୟ ଆତିଥି ଭାବେ ପଣ୍ଡିତ ତ୍ରିଲୋଚନ ମିଶ୍ର, ସମ୍ମାନିତ ଆତିଥି ଭାବେ ଆଶ୍ରମର ସଭାପତି ଜୟରାମ ମଲ୍ଲିକ, ରାମଚନ୍ଦ୍ର ରଣା, ଟୁକୁନା କାଣ୍ଡି, ନାରାୟଣ ସ୍ୱାଇଁ, ପ୍ରମୋଦ କାଣ୍ଡି, ବିକାଶ ସାହୁ, ଲକ୍ଷ୍ମୀଧର କାଣ୍ଡି, ସେଖ ଆବ୍ରାଲ, ପ୍ରକାଶ ସାହୁ, ନକୁଳ ଗୋଛାୟତ ପ୍ରମୁଖ ଶତାଧିକ ସଭ୍ୟ ଯୋଗଦେଇଥିଲେ ।