ସ୍କୁଲସ୍ତରୀୟ ପ୍ରତିଯୋଗିତା ନେଇ ପ୍ରସ୍ତୁତି ବୈଠକ
ପୁରୀ: ପୁରୀ ଜିଲ୍ଲା ସ୍କୁଲରେ ଏକ ରାଜ୍ୟସ୍ତରୀୟ ବକ୍ସିଂ, ମାଲଖମ୍ବ ଓ ଜିମ୍ନାଷ୍ଟିକ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ସ୍କୁଲସ୍ତରୀୟ ପ୍ରତିଯୋଗିତା ଆସନ୍ତା ୧୪ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୩୫୦ରୁ ଊଦ୍ଧ୍ୱର୍ କ୍ରୀଡାବିତ୍ ଓ ଶତାଧିକ କୋଚ୍, ମ୍ୟାନେଜର ତଥା ଅଫିସିଆଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆୟୋଜିତ ପ୍ରସ୍ତୁତି ବୈଠକରେ ପୁରୀ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ସ୍କୁଲର ପ୍ରଧାନଶିକ୍ଷକ, ଦକ୍ଷ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ, କୋଚ୍ ଓ ବିଭିନ୍ନ ବିଭାଗୀୟ ଅଫିସିଆଲ ଯୋଗଦେବା ସହ କ୍ରୀଡ଼ାବିତ୍ ଓ ଅନ୍ୟମାନଙ୍କ ରହଣି ବ୍ୟବସ୍ଥା, ଖାଦ୍ୟ, ପାନୀୟ ଓ କ୍ରୀଡା ପରିଚାଳନା କରିବା ଆଦି ସମ୍ପର୍କରେ ବିଭିନ୍ନ କମିଟି, ଜିଲ୍ଳା ଶିକ୍ଷାଧିକାରୀ ଦୀପକ ପାଢୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହିମାଂଶୁ ଭୂଷଣ ସାମର୍ଥା, ଦ୍ୱିତୀକାନ୍ତ ପ୍ରଧାନ, ୧୧ଟି ବ୍ଲକର ବିଇଓ, ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ସାହୁ, ରାମଚନ୍ଦ୍ର ମିଶ୍ର, ଜିଲ୍ଲା ସ୍କୁଲର ପ୍ରଧାନଶିକ୍ଷକ ପ୍ରମୋଦ କର ପ୍ରମୁଖ ଉପସ୍ଥିତ ଥିଲେ । ଶାରୀରିକ ଶିକ୍ଷାଧିକାରୀ ମହେନ୍ଦ୍ର ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଧର ମିଶ୍ର ସ୍ୱାଗତ ଭାଷଣ ଓ ଶାରୀରିକ ଶିକ୍ଷକ ନିହାର ରଂଜନ ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ ।